MEllora 950×100

ବିଦେଶୀ କୂଟନୀତିଜ୍ଞ ଚଲାଉଛନ୍ତି ଅଟୋ

ବିଦେଶୀମାନେ ଭାରତ ଆସିଲେ ଅଟୋରେ ଯା-ଆସ କରିବା କିଛି ନୂଆ କଥା ନୁହେଁ। ବିଦେଶୀ କୂଟନୀତିଜ୍ଞ, ରାଷ୍ଟ୍ରଦୂତ ଆମ ଦେଶରେ ଥିବା ସମୟରେ ଅଟୋ ଚଲାଇ କାର୍ଯ୍ୟାଳୟ ଯିବା ନୂଆ ଖବରଟେ ନିଶ୍ଚିତ। ଆମେରିକୀୟ କୂଟନୀତିଜ୍ଞ ଏନ୍.ଏଲ୍.ମେସନ୍ କହିଛନ୍ତି, ଆମେରିକାରେ ତାଙ୍କର ଅଟୋମେଟିକ୍ କାର୍‌ ଅଛି। ପ୍ରଥମଥର ଭାରତ ଆସି ସେ ଅଟୋ ଚଲାଉଛନ୍ତି। କାର୍ଯ୍ୟାଳୟ ଯିବା-ଆସିବା ପାଇଁ ସେ ଏହି ଗାଡ଼ିକୁ ପସନ୍ଦ କରି କିଣିଥିଲେ।
ଦୂତବାସରେ କାମ କରୁଥିବା ଅନ୍ୟ ଜଣେ ହେଲେ ରୁଥ୍ ହୋମ୍‌ବର୍ଗ। ଜୀବନରେ କିଛି ନୂଆ କରିବାର ପ୍ରେରଣା ସେ ନିଜ ମା’ଙ୍କ ପାଖରୁ ପାଇଥିବା କହିଛନ୍ତି। ଭାରତୀୟ ରାସ୍ତାଘାଟରେ ଅଟୋରେ ଯାତ୍ରା କରିବା ଏକ ରୋମାଞ୍ଚକର ଅନୁଭବ। ଆମେରିକା ଫେରିଗଲେ ଏମିତି ସୁଯୋଗ ଆଉ ମିଳିବନି ବୋଲି ସେ ଦିଲ୍ଲୀରେ ଅଟୋ ଚଲାଇ ବୁଲୁଛନ୍ତି।
ଜେନିଫର୍ ବାୟବାର୍ଟସ ଏମାନଙ୍କ ମଧ୍ୟରୁ ଆଉ ଜଣେ। ସେ ପ୍ରତିଦିନ ଅଟୋ ଚଲାଇ କାର୍ଯ୍ୟାଳୟ ଆସୁଥିବାରୁ କେତେଜଣ ପରିହାସ କରୁଛନ୍ତି। ଜେନିଫର୍ ସେସବୁ ପ୍ରତି ଧ୍ୟାନ ଦେଉନାହାନ୍ତି। କାର୍ଯ୍ୟାଳୟ ଯିବା-ଆସିବା ବାଟରେ ଅନେକଥର କଲେଜ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ଗନ୍ତବ୍ୟସ୍ଥଳରେ ଛାଡ଼ିଦିଅନ୍ତି। ଭାରତୀୟ ରାଜରାସ୍ତାରେ ବିଦେଶୀ ମହିଳାଙ୍କ ଏହି ଅଟୋଚଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

Comments are closed.