ଫୋର୍ବ୍ସ : ଦାମୀ କଳାକାର ତାଲିକାରୁ ବାଦ୍‍ ପଡ଼ିଲେ ଶାହାରୁଖ, ସଲମାନଙ୍କ ଆଗରେ ଅକ୍ଷୟ

0

ଫୋର୍ବ୍ସ ଦ୍ୱାରା ପ୍ରସ୍ତୁତ ଦୁନିଆର ୧୦୦ ସବୁଠାରୁ ଦାମୀ କଳାକାରଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପୁଣି ଥରେ ସଲମାନ ଖାନ ଓ ଅକ୍ଷୟ କୁମାର ରହିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ତାଲିକାରେ ଶାହାରୁଖ ଖାନଙ୍କ ନାଁ ନାହିଁ। ଶାହାରୁଖଙ୍କ ନାଁ ପ୍ରାୟତଃ ଏହି ତାଲିକାଭୁକ୍ତ ହୋଇଥାଏ, କିନ୍ତୁ ଏଥର ସେ ଏହି ତାଲିକାରୁ ବାହାର ହୋଇଯାଇଛନ୍ତି। ଫୋର୍ବ୍ସର ଏହି ତାଲିକାରେ ଅକ୍ଷୟଙ୍କୁ ୭୬ତମ ଓ ସଲମାନଙ୍କୁ ୮୨ତମ ସ୍ଥାନ ମିଳିଛି। ୨୦୧୭ ରେ ଶାହାରୁଖଙ୍କୁ ଫୋର୍ବ୍ସ ତାଲିକାରେ ୬୫ ତମ ସ୍ଥାନ ମିଳିଥିଲା।
ତାଲିକା ଅନୁସାରେ, ଚଳିତବର୍ଷ ଅକ୍ଷୟ ୩ଶହ କୋଟିରୁ ଊର୍ଦ୍ଧ୍ବ ଓ ସଲମାନ ୨ଶହ କୋଟିରୁ ଊର୍ଦ୍ଧ୍ବ ଆୟ କରି ଏହି ତାଲିକାଭୁକ୍ତ ହୋଇଛନ୍ତି। ସୂଚନା ଅନୁସାରେ, ଆମେରିକୀୟ ବକ୍ସର ଫ୍ଲୋୟିଡ଼୍‍ ମେୱେଦର୍‍ ୧୯.୪୯ ଶହ କୋଟି ଆୟ କରି ଫୋର୍ବ୍ସ ତାଲିକାରେ ୧ ନମ୍ବର ସ୍ଥାନ ଗ୍ରହଣ କରିଛନ୍ତି।

Leave A Reply