ବର୍ଷା ପାଇଁ ବାଶୁଳିଙ୍କୁ ପୂଜା – ମାଆଙ୍କର ପୂଜାର୍ଚ୍ଚନା କରି ଭଲ ବର୍ଷା ମାଗିଲେ ଗ୍ରାମବାସୀ

ପାଟଣା -ଅନିୟମିତ ପାଣିପାଗ ଓ ଶ୍ରାବଣ ମାସରେ ବର୍ଷା ଅଭାବ ଯୋଗୁଁ ଚାଷ କାମ ଆଗେଇ ପାରୁନାହିଁ । ପାଣିପାଗ ବିଭାଗ ଆଗୁଆ ଭଲ ବର୍ଷା ସମ୍ଭାବନା କହିଥିଲେ ମଧ୍ୟ ଶ୍ରାବଣରେ ଚାଷ ଜମି ଶୁଖିଲା ପଡିଛି । ଆଗକୁ ଲଘୁଚାପ ଯୋଗୁଁ ଭଲ ବର୍ଷାର ସମ୍ଭାବନା ରହିଛି ।

ମୌସୁମୀ ର ଲୁଚକାଳି ଖେଳ ଚାଷୀକୁଳଙ୍କୁ ଚିନ୍ତାରେ ପକାଇଥିବା ବେଳେ ଭଲ ବର୍ଷା ପାଇଁ ଗ୍ରାମର ବାଶୁଳି ଠାକୁରାଣୀଙ୍କ ପାଖରେ ଗୁହାରୀ ଜଣାଇଛନ୍ତି ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖୋରୀ ପଞ୍ଚାୟତବାସୀ।

ଗୁରୁବାରରେ ଏନେଇ ମୁଷାଖୋରୀ ବାଶୁଳି ପୀଠରେ ପୂଜାପାଠର ଆୟୋଜନ କରାଯାଇଥିଲା । ପଞ୍ଚାୟତ ଅଞ୍ଚଳର ମହିଳାମାନେ ଉପବାସ ରହି ଠାକୁରାଣୀ ପୀଠରେ ପୂଜାର୍ଚ୍ଚନା କରିଥିଲେ। ବିଶ୍ୱାସ ରହିଛି ମାଆଙ୍କର ପୂଜାର୍ଚ୍ଚନା କଲେ ମନୋସ୍କାମନା ପୂରଣ ସହ ଭଲ ବର୍ଷା ହୋଇଥାଏ ।

Comments are closed.