ହୃଦ୍‌‌ରୋଗୀଙ୍କ ନିମନ୍ତେ ହିଲସା ମାଛ

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସପ୍ତାହରେ ଅନ୍ତତଃ ଥରେ କିମ୍ବା ଦୁଇଥର ମାଛ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। ଅନ୍ୟ ଆମିଷ ବ୍ୟଞ୍ଜନ ତୁଳନାରେ ମାଛ ଓ ଅଣ୍ଡାରେ ପୋଷକତତ୍ତ୍ବ ଭରପୂର। ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି, ହୃଦ୍‌ରୋଗରେ ଆକ୍ରାନ୍ତ ରୋଗୀ ହିଲ୍‌ସା ମାଛ ଖାଇବା ଉଚିତ। ଏଥିରେ ମହଜୁଦ୍ ଥିବା ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଧମନୀରେ ଜମା ହେଉଥିବା କୋଲେଷ୍ଟୋରଲ୍‌କୁ ବାହାର କରେ। ଇଉରୋପୀୟ ବିଶେଷଜ୍ଞ ଦଳ ୩ ୬ ମାସ ଅନୁଧ୍ୟାନ କରି ଏହା ପ୍ରମାଣିତ କରିଛନ୍ତି।
– ହିଲ୍‌ସା ମାଛରେ ମହଜୁଦ୍ ଥିବା ପୋଷକତତ୍ତ୍ବ ଆମ ମସ୍ତିଷ୍କ ଓ ନର୍ଭସ୍ ସିଷ୍ଟମ୍‌କୁ ଶକ୍ତି ଯୋଗାଉଥିବାର ବିଶେଷଜ୍ଞଙ୍କ ମତ। ପ୍ରୋଟିନ୍ ଓ ନ୍ୟୁଟ୍ରିଏଣ୍ଟ ଭରପୂର ଏଇ ମାଛ ଖାଇଲେ ଶରୀରରେ କୋଲେଷ୍ଟୋରଲ୍ ସ୍ତର ନିୟନ୍ତ୍ରଣରେ ରହିବା ସହ ଭିଟାମିନ୍ ଡି’ ମଧ୍ୟ ମିଳେ।
– ଗର୍ଭବତୀ ଓ ପ୍ରସୂତି ନିୟମିତ ଏଇ ମାଛର ବ୍ୟଞ୍ଜନ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ହିଲ୍‌ସା ମାଛ ପ୍ରତ୍ୟହ ଖାଇଲେ ଆଖିର ଜ୍ୟୋତି ବୃଦ୍ଧି ହୁଏ।
– ଅବସାଦଗ୍ରସ୍ତ ଲୋକଙ୍କ ନିମନ୍ତେ ହିଲ୍‌ସା ମାଛ ବ୍ୟଞ୍ଜନ ଔଷଧ ପରି କାମ କରେ। ଡିମେନ୍‌ସିୟା ରୋଗୀଙ୍କୁ ୫ ସପ୍ତାହ ହିଲ୍‌ସା ମାଛ କଟଲେଟ୍‌, ତରକାରୀ ଇତ୍ୟାଦି ଖାଇବାକୁ ପରାମର୍ଶ ଦିଆଯାଇଥିଲା। ପ୍ରତିଦିନ ଖାଇବା ଦ୍ବାରା ମାଛରେ ଥିବା ପୋଷକତତ୍ତ୍ବ ଅବସାଦ ଅନେକାଂଶରେ କମ୍ କରିଥିବାର ଅନୁଧ୍ୟାନରୁ ପ୍ରକାଶ।
– ଭିଟାମିନ୍ ଡି ଭରପୂର ହିଲ୍‌ସା ମାଛ ଖାଇଲେ ନିଦ୍ରାହୀନତା ସମସ୍ୟାର ସମାଧାନ ହୋଇଥାଏ।
– ଭିଟାମିନ୍ ଏ, ବି ଓ ପ୍ରୋଟିନ୍ ଭରପୂର ଏହି ମାଛ ଖାଇଲେ ତାହା ଆମ କେଶ ଓ ତ୍ବଚା ଉପରେ ଉତ୍ତମ ପ୍ରଭାବ ପକାଏ।
– ବିଶେଷଜ୍ଞଙ୍କ ମତରେ ୫ ବର୍ଷର ପିଲାଠାରୁ ବୟସ୍କ ଲୋକେ ସମସ୍ତେ ନିୟମିତ ଭାବେ ହିଲ୍‌ସା ମାଛ ଖାଇବା ଶରୀର ନିମନ୍ତେ ଭଲ। n

Comments are closed.