୩ ଦଶନ୍ଧି ପରେ ଭାରତରୁ ପ୍ରଥମ ଥର ପାଇଁ ଚାଉଳ କିଣିବ ଚୀନ

ମୁମ୍ବାଇ: ଏପଟେ ସୀମା ବିବାଦ । ଗଲୱାନ ଘାଟି, ଲାଦାଖରେ ଦୁଇ ଦେଶ ମୁହାଁମୁହିଁ । ଏହି  ପରିସ୍ଥିତିରେ ଭାରତ ଚୀନରୁ ବିଭିନ୍ନ ସାମଗ୍ରୀ ଉପରେ ଟିକସ ବଢ଼ାଇଛି, ଆମଦାନୀ ହ୍ରାସ ଲାଗି ପଦକ୍ଷେପ ନେଇଛି । ଅନ୍ୟପକ୍ଷରେ ଚୀନ ଭାରତରୁ ପ୍ରଥମ ଥର ପାଇଁ ଚାଉଳ ଆମଦାନୀ କରିବାକୁ ଆଗ୍ରହପ୍ରକାଶ କରିଛି ।

ଚାଉଳ ରପ୍ତାନୀକାରୀ ସଂଘ ସଭାପତି ବି.ଭି.କୃଷ୍ଣ ରାଓଙ୍କ ସୂଚନା ଅନୁସାରେ ଚଳିତ ଦଶନ୍ଧିରେ ପ୍ରଥମଥର ପାଇଁ ଚୀନ ଭାରତରୁ  ଚାଉଳ କ୍ରୟ କରିଛି। ସେମାନେ ଭାରତୀୟ ଫସଲର ଗୁଣବତ୍ତା ଦେଖିବା ପରେ ଆସନ୍ତା ବର୍ଷ କ୍ରୟ ବୃଦ୍ଧି କରିପାରନ୍ତି।

ଚୀନ୍ ପକ୍ଷରୁ ଭାରତରୁ ଚାଉଳ ଆମଦାନୀ ପ୍ରାୟ ତିନି ଦଶନ୍ଧି ପରେ ପ୍ରଥମଥର ପାଇଁ ହେବାକୁ ଯାଉଛି ।  ଚୀନ୍ ବାର୍ଷିକ ନିୟୁତ ନିୟୁତ ଟନ୍ ଚାଉଳ ଆମଦାନୀ କରିଥାଏ, କିନ୍ତୁ ଗୁଣାତ୍ମକ ସମସ୍ୟା ଦର୍ଶାଇ ଭାରତରୁ କ୍ରୟକୁ ଏଡାଇ ଯାଉଥିବାବେଳେ ଭିଏତନାମ, ମିଆଁମାର, ପାକିସ୍ତାନରୁ ଟନ ପିଛା ୩୦ ଡ଼ଲାର କମରେ ଚାଉଳ କିଣୁଥିଲା ।

ଅନ୍ୟପକ୍ଷରେ ଭାରତ ଏହି ଚାଉଳ ରପ୍ତାନୀ ଲାଗି ଆଗ୍ରହ ପ୍ରକାଶ କରି ନ ଥିଲା । ମାତ୍ର ସମ୍ପ୍ରତି ବିଶ୍ବ ବଜାରରେ ଭାରତୀୟ ଚାଉଳ ଚାହିଦା ଓ ଆଦୃତି ବଢ଼ିବା ପରେ ଚୀନ ଭାରତରୁ ଚାଉଳ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନର ପାରମ୍ପରିକ ଚାଉଳ ଯୋଗାଣକାରୀଙ୍କଠାରୁ ଭାରତୀୟ ଚାଉଳ ମୂଲ୍ୟ କମ୍ ରହିଥିବାରୁ ଚୀନ କର୍ତ୍ତୃପକ୍ଷ ସମ୍ଭବତଃ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।

Comments are closed.