ଡ. ସନାତନ ବେହେରା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ 

ସମ୍ବଲପୁର  : ସମ୍ବଲପୁର ଜିଲା କ୍ରୀଡା ସଂଘ ଆନୁକୂଲ୍ୟରେ ଡ. ସନାତନ ବେହେରା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ- ୨୦୨୨ ଶନିବାର ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗୀତାର ଫାଇନାଲ ମ୍ୟାଚ ଜମାଦାରପାଲି ଏବଂ ଏଜିଏଫ ସମ୍ବଲପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ସଂଘର୍ଷପୁର୍ଣ୍ଣ ମ୍ୟାଚରେ ଜମାଦାରପାଲି ଦଳ ଓ ଏଜିଏଫ ଦଳକୁ ୨ – ୦ ଗୋଲରେ ପରାସ୍ତ କରି ଚଳିତ ବର୍ଷର ଚାମ୍ପିୟନ ହୋଇଛି। ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜମାଦାରପାଲି ଦଳର ଗୋଲକିପର ଙ୍କୁ ୭ ହଜାର ଟଙ୍କା ଦିଆଯାଇଥିବା ବେଳେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଅଭିଷେକ ସୁନାଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଲିଙ୍ଗରାଜ ପ୍ରଧାନ, ପରେଶ ଭୋଇ, ପ୍ରଶାନ୍ତ ସାହୁ ଓ ବିଜୟ ଓରାମ ରେଫରୀ ଦାୟିତ୍ୱ ତୁଲାଇଥିଲେ। ଉଦଯାପନୀ ଉତ୍ସବରେ ଅତିରକ୍ତ ଜିଲାପାଳ (ରାଜସ୍ୱ) ଉମାକାନ୍ତ ରାଜ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଏହି ଅବସରରେ ପୁରାତନ ଫୁଟବଲ ଖେଳାଳି ବାବୁଲାଲ ଆଇନ୍ଦ, ଜୟ ପ୍ରକାଶ ପଣ୍ଡା, ଅବଦୁଲ ସତ୍ତାର, ସୁରେଶ ଓରାମ ଓ ଜାମିନି ବହିଦାର ଏବଂ ସମାଜସେବୀ ରାମଦାସ ପଣ୍ଡାଙ୍କୁ ଜିଲା କ୍ରୀଡା ସଂଘ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଜିଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ସୁନୀଲ ସାହୁ, ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ବିଶ୍ୱମ୍ବର ବହିଦାର, ଉମାପତି ତ୍ରିପାଠୀ, ଅବିନାଶ ନନ୍ଦ, ରାଜେଶ ସେଟ, ବିକାଶ ମିଶ୍ର, ସୁବୋଧ ସାହୁ, ରତିକାନ୍ତ ମହାନ୍ତି, ମହମ୍ମଦ ଇସାକ, ଅବଦୁଲ ଗଫାର, ମନୋଜ ଭୋଇ, ପଦ୍ମନାଭ ନାୟକ, ପ୍ରବୀଣ ସିଂଦେଓ ଙ୍କ ସମେତ ଅନେକ କ୍ରିଡାପ୍ରେମୀ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ଟୁର୍ଣ୍ଣାମେଣ୍ଟରେ ଜିଲାର ୨୮ଟି ଦଳ ନକ ଆଉଟ ପର୍ଯ୍ୟାୟରେ  ଅଂଶଗ୍ରହଣ କରିଥିଲେ । ୬ଟି ଗ୍ରୁପରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚକୁ ମିଶାଇ ସମୁଦାୟ ୨୬ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମ୍ୟାଚ ଗୁଡିକ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଓ ସିଂହପାଲି ଫୁଟବଲ ଖେଳ ପଡିଆ ଠାରେ ପ୍ରତି ଦିନ ଅପରାହ୍ନରେ ଆୟୋଜିତ କରାଯାଇଥିଲା ବୋଲି ଜିଲା କ୍ରିଡା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.