୧୫ତମ ଫଜୁଲ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସେମିଫାଇନାଲରେ ୟୁନାଇଟେଡ଼ କ୍ଲବ ଭଦ୍ରକ

ତିଗିରିଆ :  ତିଗିରିଆ ବ୍ଲକ ଅନ୍ତର୍ଗତ ପଙ୍କାଳସ୍ଥିତ ଇନ୍ଦିରାଗାନ୍ଧୀ ମିନି ଷ୍ଟାଡ଼ିୟମ ଠାରେ ଯୁବଜ୍ୟୋତି କ୍ଲବ ଦ୍ୱାରା ଆୟୋଜିତ ୧୫ତମ ଫଜୁଲ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ୟୁଥକ୍ଲବ କରଡ଼ାପଲ୍ଲୀକୁ ୧-୦ଗୋଲରେ ପରାସ୍ତ କରି ୟୁନାଇଟେଡ଼ କ୍ଲବ ଭଦ୍ରକ ପ୍ରଥମ ଦଳଭାବେ ସେମିଫାଇନାଲରେ ପ୍ରବେଶ କରିଛି ।
ମ୍ୟାଚ ପ୍ରଥମରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୨ୟାର୍ଦ୍ଧର ୬ମିନିଟରେ ଭଦ୍ରକ ଦଳର ୮ନମ୍ବର ଖେଳାଳି ମହମ୍ମଦ ଏକ୍ରାମ ଏକମାତ୍ର ବିଜୟୀ ଗୋଲ ସ୍କୋର କରି ଦଳକୁ ସେମିଫାଇନାଲକୁ ନେଇଥିଲେ । ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ଜମାତ ଅହମ୍ମଦିୟା କରଡ଼ାପଲ୍ଲୀର ଗ୍ରାମ୍ୟ କମିଟି ସଭାପତି ମହମ୍ମଦ ଓସିମ୍, ସମ୍ମାନୀତ ଅତିଥି ଭାବେ ପଙ୍କାଳ ଗ୍ରାମ୍ୟ କମିଟି ସଭାପତି ରୋଶନ ଖାଁ ଓ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମହେବୁବ୍ ଅହମ୍ମଦ ଖାଁ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ରେଫରୀ ଆଶିର୍ବାଦ କାନୁନଗୋ ସୁପରିଚାଳାନ କରିଥିବା ବେଳେ ତାଙ୍କୁ ଲାଇନରେ ଅରୁଣ ନାୟକ ଓ ଦେବରାଜ ସ୍ୱାଇଁ ସହଯୋଗ କରିଥିଲେ। ୪ର୍ଥ ରେଫରୀ ଭାବେ ଅଫଜଲ୍ ଅହମ୍ମଦ ଓ ଜାଫର ଖାଁ ସହଯୋଗ କରିଥିଲେ।

Comments are closed.