ରାଜ୍ୟସ୍ତରୀୟ ଗୋଲଡେନ କ୍ଲବ ଫୁଟବଲ ପ୍ରତିଯୋଗିତା : ଫାଇନାଲରେ ସମ୍ବଲପୁର

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲିପିଲୋଇ ଖେଳପଡିଆ ଠାରେ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଗୋଲଡେନ କ୍ଲବ ଫୁଟବଲ ପ୍ରତିଯୋଗିତା-୨୦୨୦ର ବୁଧବାର ପ୍ରଥମ ସେମିପାଇନାଲ ମ୍ୟାଚରେ ସମ୍ବଲପୁର ଏକାଦଶ ପ୍ରତିଦ୍ୱନ୍ଦୀ ଅନୁଗୁଳ ହୋମର୍ଗାଡ ଏକାଦଶକୁ ୧-୦ ଗୋଲ ବ୍ୟବଧାନରେ ପରାସ୍ତ କରି ପ୍ରଥମ ଦଳ ଭାବରେ ଫାଇନାଲ ଖେଳରେ ପ୍ରବେଶ କରିଛି। ଏହି ଖେଳର ଶ୍ରେଷ୍ଠ ଖେଳାଳି ଭାବରେ ସମ୍ବଲପୁର ଦଳର ସୁରଜ ଓରାମଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପୃଷ୍ଠପୋଷକ ଭାବରେ ଆଠମଲ୍ଲିକର ନାଇସ କମ୍ପ୍ୟୁଟର ଏଜୁକେସନର ନିର୍ଦ୍ଦେଶକ ମହେନ୍ଦ୍ର ସିଠ ଟ୍ରଫି ପ୍ରଦାନ କରିଥିଲେ। ବୁଧବାର ଖେଳରେ ମୁଖ୍ୟ ଅତିଥି ଭାବରେ ରାମ ମହାକୁଡ ଏବଂ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ସୁଦର୍ଶନ ଗାଇଗରିଆ ଯୋଗ ଦେଇଥିଲେ। ଖେଳ ପରିଚାଳନା କରିଥିଲେ ଅରୁଣ କୁମାର ବେହେରା ଏବଂ ସହଯୋଗୀ ଭାବରେ ସିଦ୍ଧାର୍ଥ ପାତ୍ର, ଅନିଲ ସାହୁ, ସୁଜିତ ମାହାର ଯୋଗ ଦେଇଥିଲେ। ଗୁରୁବାର ବୌଦ୍ଧ ଏକାଦଶକୁ ମରାଲୋ ସୋନପୁରକୁ ଭେଟିବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ।

Comments are closed.