ଫୁଟବଲ୍‍ ପ୍ରତିଯୋଗିତା ଉଦ୍‍ଯାପିତ, ଆମ୍ବେଦକର କ୍ଳବ ଚମ୍ପିଆନ୍‍

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ପିପଲପଡ଼ା ଠାରେ ଅନ୍ତରଙ୍ଗ ଯୁବକ ସଂଘ ପକ୍ଷରୁ ୧୧ତମ ବାର୍ଷିକ ଉତ୍ସବ ଅବସରରେ ଫୁଟବଲ୍‍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ମୋଟ ୪ଟି ବ୍ଳକ ବାଲିଗୁଡ଼ା, କ.ନୂଆଗାଁ, ଟିକାବାଲି ଓ ଫିରିଙ୍ଗିଆ ବ୍ଳକର ୨୪ଟି ଦଳ ଭାଗ ନେଇଥିଲେ। ଶୁକ୍ରବାର ଫାଇନାଲ୍‍ ମ୍ୟାଚ୍‍ ଆମ୍ବେଦକର କ୍ଳବ ଓ ଜି.ଊଦୟଗିିରର ଜେକେଟି କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆମ୍ବେଦକର କ୍ଳବ ଚମ୍ପିଆନ୍‍ ହୋଇଛି।

ଫିରିଙ୍ଗିଆ ଅନ୍ତରଙ୍ଗ ଯୁବକ ସଂଘର ବ୍ଳକ ସଂଯୋଜକ ଅକ୍ଷୟ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲରେ ଜିଲା ସଂଯୋଜକ ପ୍ରଦୀପ କୁମାର ଦାସ, କେଲାପଡ଼ା ସରପଂଚ ପ୍ରେମଶିଳା ଝାଙ୍କର, ୱାର୍ଡ଼ ମେମ୍ବର ବୈରାଗି କହଁର ଓ ବୁନା କହଁର ଓ ଅନ୍ୟ ସମସ୍ତ ଯୁବକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ଅତିଥିମାନେ ଚମ୍ପିଆନ୍‍ ଟିମ୍‍ ଆମ୍ବେଦକର କ୍ଳବକୁ ଟ୍ରଫି ସହିତ ୫୦୦୧ ଟଙ୍କା ପ୍ରଦାନ କରିଥିଲେ।।

Comments are closed.