୭୮ ତମ ରାଜ୍ୟ ପୁଲିସ ଫୁଟବଲ ଚମ୍ପିୟାନସିପ୍ ଉଦଘାଟିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଷ୍ଟାଡ଼ିୟମଠାରେ ୭୮ତମ ରାଜ୍ୟ ପୁଲିସ ଫୁଟବଲ ଚମ୍ପିୟାନସିପ୍-୨୦୧୯ ଉଦଘାଟିତ ହୋଇଯାଇଛି । ଉଦଘାଟିତ ସମାରୋହରେ ପଶ୍ଚିମାଞ୍ଚଳ ପୁଲିସ ଡ଼ି.ଆଇ.ଜି କବିତା ଜଲାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଚାମ୍ପିଅନସିପକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବା ସହ ରାଜ୍ୟ ପୁଲିସର ବିଭିନ୍ନ ଦଳକୁ ଉତ୍ସାହ ଓ ଶୃଙ୍ଖଳାର ସହ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ଆୟୋଜନ କମିଟିର ସଂପାଦିକା ତଥା ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ରା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅଭିଭାଷଣ ଦେବା ସହ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ । ଏ ଅବସରରେ ମୁଖ୍ୟ ଅତିଥି ଡ଼ି.ଆଇ.ଜି ଜଲାନଙ୍କୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାପାଳ ନିଖିଳ ପବନ କଲ୍ୟାଣ, ଡ଼ି.ଏଫ.ଓ ଡଃ.ଅରୁଣ କୁମାର ମିଶ୍ର ସମେତ ବହୁ ଜିଲାସ୍ତରୀୟ ଓ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଚମ୍ପିଆନସିପ୍ରେ ମୋଟ ୪୬ଟି ଦଳ ଅଂଶ ଗ୍ରହଣ କରିଥିବା

Comments are closed.