ଅବସର ନେଲେ କାହିଲ୍‍

0

ସିଡ୍‍ନି : ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ଗୋଲ୍‍ ସ୍କୋର କରିଥିବା ଟିମ୍‍ କାହିଲ୍‍ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ କାହିଲ ଅଷ୍ଟ୍ରେଲିଆ ତରଫରୁ ୧୦୭ଟି ମ୍ୟାଚ୍‍ ଖେଳି ୫୦ଟି ଗୋଲ୍‍ ସ୍କୋର କରିଥିଲେ। ରୁଷିଆରେ ଖେଳାଯାଇଥିବା ବିଶ୍ୱକପ୍‍ ଫୁଟବଲ୍‍ରେ ସେ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଥିଲେ।
ନିଜ ଟ୍ୱିଟର୍‍ ଆକାଉଣ୍ଟରେ ଅବସର ଘୋଷଣା କରି କାହିଲ୍‍ ଉଲ୍ଲେଖ କରିଛନ୍ତି ଦୀର୍ଘବର୍ଷ ହେବ ଅଷ୍ଟ୍ରେଲିଆ ତରଫରୁ ଫୁଟବଲ ଖେଳିବା ପରେ ବର୍ତ୍ତମାନ ଅବସର ଗ୍ରହଣ କରିବାର ଉପଯୁକ୍ତ ସମୟ ମନେ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ତରଫରୁ ଖେଳିବା ତାଙ୍କ ପାଇଁ ସବୁଠାରୁ ଗୌରବପୂର୍ଣ୍ଣ କଥା ଥିଲା। ତାଙ୍କ ପ୍ରତି ସମର୍ଥନ ଜଣାଇ ଆସୁଥିବା ପ୍ରଶଂସକ, ସାଥୀ ଖେଳାଳି ଓ ପ୍ରଶିକ୍ଷକଙ୍କୁ କାହିଲ୍‍ ଧନ୍ୟବାଦ ଅର୍ପଣ କରିଛନ୍ତି। ପୂର୍ବରୁ ଏଭରଟନ୍‍ ତରଫରୁ ଖେଳିଥିବା କାହିଲ୍‍ କହିଛନ୍ତି ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଇଥିଲେ ମଧ୍ୟ କ୍ଲବ ଫୁଟବଲ ଆଉ କିଛିବର୍ଷ ଖେଳିବାକୁ ସେ ଆଶାବାଦୀ। ଏ ସଂପର୍କରେ ନିଷ୍ପତ୍ତି ସେ ଖୁବ୍‍ଶୀଘ୍ର ଗ୍ରହଣ କରିବେ।

Leave A Reply