ଓଡ଼ିଶା ସିନିୟର ମହିଳା ଫୁଟ୍‍ବଲ ଦଳ ଘୋଷିତ

0

କଟକ : ଚଳିତମାସ ୧୮ରୁ କଟକରେ ହେବାକୁ ଥିବା ୨୪ତମ ଜାତୀୟ ସିନିୟର ଫୁଟ୍‍ବଲ ଚମ୍ପିଆନ୍‍ସିପ୍‍ ଲାଗି ୨୦ ଜଣିଆ ଓଡ଼ିଶା ଦଳ ରବିବାର ଘୋଷଣା କରିଛି ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ)। ଆନ୍ତର୍ଜାତିକ ଖେଳାଳି ଟିକିନା ସାମଲ ଓ ପ୍ୟାରୀ ଖାଖା ଦଳର ଅଧିନାୟିକା ଓ ଉପଅଧିନାୟିକା ଦାୟିତ୍ୱ ତୁଲାଇବେ। ଗାୟତ୍ରୀ ମଲ୍ଲିକ ଦଳର ମ୍ୟାନେଜର/ପ୍ରଶିକ୍ଷକ ଥିବା ବେଳେ ମୋନାଲିସା ସାହୁ ଫିଜିଓ ଦାୟିତ୍ୱ ନିର୍ବାହ କରିବେ। ଓଡ଼ିଶା ଗ୍ରୁପ୍‍ ‘ସି’ରେ ସ୍ଥାନପାଇଛି। ୧୮ରେ ଓଡ଼ିଶା ପ୍ରଥମ ମ୍ୟାଚ୍ ଖେଳିବ। ଓଡ଼ିଶା ଦଳ: (ଗୋଲ୍‍ରକ୍ଷକ) ଟିକିନା ସାମଲ ଓ ସୁକାନ୍ତି ରାଉଳ; (ଡିଫେଣ୍ଡର) ନନ୍ଦିନୀ ମୁଣ୍ଡା, ଜ୍ୟୋତ୍ସ୍ନା ମଲ୍ଲିକ, ସୋନାଲି ଓରାମ୍‍, ପାର୍ବତୀ କୁଜୁର, ଦିଗି ମାଝି ଓ ଜୁଲି କିଶନ୍‍; (ମିଡ୍‍ଫିଲ୍‍ଡର) ସିନୁଲତା ସାହୁ, ଜବାମଣି ସୋରେନ୍‍, ଜସ୍ମାନି ସମାଦ୍‍, ଆରତୀ ସେଠୀ, ସୁସ୍ମିତା ଦଳେଇ, ଝରଣା ମଲ୍ଲିକ, ଦମୟନ୍ତୀ ତିରିଆ ଓ ବନ୍ୟ କବିରାଜ; (ଫରୱାର୍ଡ) ପ୍ୟାରୀ ଖାଖା, ଅଞ୍ଜୁ ତମାଙ୍ଗ୍‍, ସତ୍ୟବତୀ ଖାଡ଼ିଆ ଓ ସୁଭଦ୍ରା ସାହୁ।

Leave A Reply