ଆପଣଙ୍କ ପ୍ରିୟ ଖାଦ୍ୟ ମଧ୍ୟରେ ଏଗୁଡ଼ିକ ରହିଛି କି? ହୋଇପାରେ ହାଡ଼ ଦୁର୍ବଳର କାରଣ

0

ହାଡ଼କୁ ମଜ୍‍ବୁତ୍‍ କରିବା ପାଇଁ କ୍ୟାଲ୍‍ସିୟମ୍‍ ଓ ଭିଟାମିନ୍‍ ଡ଼ି ଆବଶ୍ୟକ ହୋଇଥାଏ। ଏହାର ଅଭାବରେ ହାଡ଼ ଦୁର୍ବଳ ଓ ଫମ୍ପା ହୋଇ ଯାଇଥାଏ। ହେଲେ ବହୁତ୍‍ କମ୍‍ ଲୋକ ଜାଣିଥିବେ ଯେ ସେମାନଙ୍କ ପ୍ରିୟ ଖାଦ୍ୟ ତାଲିକାରେ କିଛି ଏପରି ଖାଦ୍ୟ ମଧ୍ୟ ରହିଥାଏ ଯାହାର ଅଧିକ ସେବନ ଦ୍ୱାରା ହାଡ଼ର ଓଜନ କମି ଯାଇଥାଏ ଅର୍ଥାତ୍‍ ଏହା ଫମ୍ପା ହୋଇ ଯାଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡ଼ିକ ବିଷୟରେ –
ଲୁଣ :
ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ହାଡ଼ ଦୁର୍ବଳ ହୋଇ ଯାଇଥାଏ। ଲୁଣରେ ଥିବା ସୋଡ଼ିୟମ୍‍ ଶରୀରକୁ ଯିବା ପରେ କ୍ୟାଲ୍‍ସିୟମ୍‍କୁ ପରିସ୍ରା ମାଧ୍ୟମରେ ଶରୀରରୁ ବାହାର କରି ଦେଇଥାଏ।
ଚକୋଲେଟ୍‍ :
ଅଧିକ ଚକୋଲେଟ୍‍ ଖାଇବା ଦ୍ୱାରା ହାଡ଼ ଦୁର୍ବଳ ହେବାର ସମ୍ଭାବନା ରହିଥାଏ। ଏହାକୁ ଖାଇଲେ ଶରୀରେ ଶର୍କରା
ଓ ଓକ୍ସାଲେଟ ପରିମାଣ ବୃଦ୍ଧି ପାଇଥାଏ, ଯଦ୍ୱାରା କ୍ୟାଲ୍‍ସିୟମ୍‍ ଶରୀରରେ ଅବଶୋଷିତ ହୋଇପାରେ ନାହିଁ।
ମଦ :
ମଦ୍ୟପାନ ଦ୍ୱାରା ଶରୀରରେ କ୍ୟାଲ୍‍ସିୟମ୍‍ର ମାତ୍ରା କମି ଯାଇଥାଏ। ଯାହା ହାଡ଼ ଦୁର୍ବଳ ହେବାର ମୂଖ୍ୟ କାରଣ ଅଟେ।
ମୃଦୁ ପାନୀୟ(କୋଲ୍ଡଡ୍ରିଂକ୍ସ) :
ମୃଦୁ ପାନୀୟରେ କାର୍ବନ୍‍ ଡ଼ାଇ ଅକ୍ସାଇଡ଼୍‍ ଓ ଫସ୍‍ଫରସ୍‍ ରହିଥାଏ, ଯାହା ହାଡ଼କୁ ପମ୍ପା କରି ଦେଇଥାଏ।
ଚା’ ଓ କଫି :
ଚା’ ଓ କଫି ଅଧିକ ସେବନ କରିବା ଦ୍ୱାରା ମଧ୍ୟ ହାଡ଼ ଦୁର୍ବଳ ହୋଇଥାଏ। ଏଥିରେ ଥିବା କ୍ୟାଫିନ୍‍ ହାଡ଼ ପାଇଁ ବହୁତ ହାନିକାରକ ହୋଇଥାଏ।

Leave A Reply