ଶରୀରର ଯନ୍ତ୍ରଣା ଦୂର ପାଇଁ ଖାଆନ୍ତୁ ଏହି ଖାଦ୍ୟ

0

ଶରୀରରେ ଦରଜ ହେବାର ଅନେକ କାରଣ ରହିଛି। ବେଳେ ବେଳେ ଶରୀରରେ କୌଣସି ସ୍ଥାନ ବିନ୍ଧା ହେଲେ ମାଂଶପେଶୀୟ ସାମାନ୍ୟ ଟାଣି ହୋଇଯାଏ। ବହୁତ ଖାଦ୍ୟ ପଦାର୍ଥରେ ଆଣ୍ଟି-ଫଙ୍ଗଲ ଗୁଣ ରହିଛି ଯାହାର ବ୍ୟବହାର ଦ୍ବାରା ଶରୀରର ବିନ୍ଧା କମ ହୋଇଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟପଦାର୍ଥ ବିଷୟରେ ….

ଓଟସ୍ : ଓଟସ୍ କୋଲେଷ୍ଟ୍ରୋଲ ଓ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏହା ଓଜନ କମ କରିବାରେ ସହାୟକ ହୋଇଥାଏ। ଯେକୌଣସି ବିନ୍ଧା ବିନ୍ଧିରୁ ମଧ୍ୟ ଉପଶମ ଦେଇଥାଏ।

ଅଲିଭ ତେଲ : ଅଲିଭ ତେଲରେ oleocanthal ରହିଛି। ଏହା ଶରୀରରେ ବିନ୍ଧାକୁ କମ କରିଥାଏ। ଏହା ମୁଖ୍ୟତଃ ହାଡର ଯନ୍ତ୍ରଣା କମ କରିଥାଏ। ତେଣୁ ହାଡ ଜନିତ ସମସ୍ୟା ପାଇଁ ଅଲିଭ ତେଲ ବ୍ୟବହାର କରିବା ଲାଭଦାୟକ ହୋଇଥାଏ।

ହଳଦୀ : ହଳଦୀରେ କୁରକୁମିନ ରହିଛି। ଏଥିରେ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ଏହାର ସେବନ କରିବା ଦ୍ବାରା ଶରୀରରେ ହେଉଥିବା ଦରଜରୁ ମୁକ୍ତି ମିଳିଥାଏ।

ଅଦା : ଅଦାରେ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ଏହା ଥଣ୍ଡାଜ୍ବରରୁ ମୁକ୍ତି ଦେଇଥାଏ।

ଅମୃତଭଣ୍ଡା : ଅମୃତଭଣ୍ଡାରେ ପପେନ ନାମକ ଏନଜାଇମ ରହିଛି। ଏଥିରେ ଆଣ୍ଟି- ଇଫ୍ଲେମେଟ୍ରି ଗୁଣ ରହିଛି। ଅମୃତଭଣ୍ଡା ଖାଇବା ଦ୍ବାରା ଶରୀରରେ ହେଉଥିବା ଅନେକ କଷ୍ଟରୁ ମୁକ୍ତି ମିଳିଥାଏ।

Leave A Reply