ଗଣ୍ଠିବାତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଆଜିକାଲି ପ୍ରାୟ ଅଧିକାଂଶ ଲୋକଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା ବା ଗଣ୍ଠିବାତ ଦେଖା ଦେଉଛି। ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। କିଛି ଲୋକ ତ ଏନେଇ ଅସହ୍ୟ ଯନ୍ତ୍ରଣା ଅନୁଭବ କରନ୍ତି। ତେବେ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇ ପାରିବ। ତେବେ ଆସନ୍ତୁ ଜାଣିବା ଗଣ୍ଠିବାତ ସମସ୍ୟା ଭୋଗୁଥିବା ବ୍ୟକ୍ତି କେଉଁ ଖାଦ୍ୟ ଖାଇଲେ ସମସ୍ୟାକୁ ଦୂରେଇ ପାରିବେ-

-ଖାଦ୍ୟରେ ପନିପରିବା ଏବଂ ଫଳକୁ ସାମିଲ୍ କଲେ ସୁଫଳ ମିଳିଥାଏ।
-ସପ୍ତାହରେ ୨ଥର ମାଛ ଖାଇଲେ ଏଭଳି ସମସ୍ୟା ଦୂର ହୋଇଥାଏ। ମାଛରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ଏହି ସମସ୍ୟା ଦୂର କରିଥାଏ।
-ସେହିପରି ସୋୟାବିନ୍ ଖାଇଲେ ଗଣ୍ଠିବାତ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।
-ଏହି ସମସ୍ୟା କ୍ଷେତ୍ରରେ କମ୍ କୋଲେଷ୍ଟ୍ରଲଯୁକ୍ତ ତେଲ ଖାଦ୍ୟରେ ବ୍ୟବହାର କରିବା ଆବଶ୍ୟକ।
-ଭିଟାମିନ୍-ଡି ଯୁକ୍ତ ଖାଦ୍ୟ ଖାଇଲେ ଏହା କ୍ୟାଲସିୟମକୁ ଅବଶୋଷିତ କରିଥାଏ। ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
-କୋବି, ବ୍ରୋକୋଲି ଆଦି ଖାଇଲେ ଶରୀରରେ କ୍ୟାଲସିୟମ୍ ସୃଷ୍ଟି ହେବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇ ଏହି ରୋଗ ଦୂର ହୋଇଥାଏ।
-ଏଭଳି ସମସ୍ୟା ଥିଲେ ଦିନରେ ୨ ଥର ଗ୍ରୀନ୍ ଟି ପିଇଲେ ଉପକାର ମିଳିଥାଏ। ଏଥିରେ ଥିବା ଇପିଗାଲୋକାଚିନ୍-୩- ଗାଲୋଟେ ଗଣ୍ଠି ସ୍ଥାନରେ ଥିବା ଲିଗାମେଣ୍ଟ୍ ଏବଂ କାର୍ଟିଲଜିକୁ ଟାଣ ହେବାକୁ ଦେଇ ନ ଥାଏ। ଫଳରେ ଚାଲିବା ବୁଲିବା ସମୟରେ କଷ୍ଟ ଅନୁଭୂତ ହୋଇ ନ ଥାଏ।
-କମଳା ଜାତୀୟ ଫଳ ଖାଇଲେ ଏଥିରେ ଥିବା ଭିଟାମିନ୍-ସି ଯନ୍ତ୍ରଣାରୁ ଦୂରେଇ ରଖିଥାଏ।
-ପ୍ରତିଦିନ ସକାଳେ ଦୁଇ କୋଲା ରସୁଣ ଖାଇଲେ ଏଥିରେ ଥିବା ଡାଇଲୟାଲ ଡାଇସୁଲଫାଇନ୍ ଲିଗାମେଣ୍ଟ୍ ଏବଂ କାର୍ଟିଲଜିକୁ ଶୁଷ୍କ ହେବାକୁ ଦେଇ ନ ଥାଏ।
-ଚିନା ବାଦାମ ଖାଇବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ଭିଟାମିନ୍-ଇ ଗଣ୍ଡିବାତ ସମସ୍ୟାରୁ ଦୂରେଇ ରଖେ।

Comments are closed.