ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଇଛି – କୃଷି ମନ୍ତ୍ରୀ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ଅଧିକ ହୋଇଥିବା କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ସରକାର ଦେଶରେ କୃଷି କ୍ଷେତ୍ରର ଅଭିବୃଦ୍ଧିକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି। ସେ କହିଛନ୍ତି, ପି.ଏମ୍‍. କିଶାନ ଯୋଜନା ଲାଗୁ ହେବା ପରେ ହିତାଧିକାରୀ କୃଷକମାନଙ୍କ ଜମାଖାତାକୁ ୭୧ ହଜାର କୋଟି ଟଙ୍କା ପଠାଯାଇଛି। ସେ କହିଛନ୍ତି, କୋଭିଡ୍‍-୧୯ କଟକଣା ସମୟରେ ୧୭ ହଜାର ୯୮୬ କୋଟି ଟଙ୍କା କୃଷକମାନଙ୍କ ମଧ୍ୟରେ ବଣ୍ଟା ଯାଇଛି। ସେ କହିଛନ୍ତି, କୋଭିଡ୍‍-୧୯ କଟକଣା ଲାଗୁ ସମୟରେ ଦେଶରେ ଖାଦ୍ୟଶସ୍ୟ, ଦୁଗ୍ଧ ଓ ପନିପରିବାର କୌଣସି ଅଭାବ ହୋଇନାହିଁ।

ତୋମର କହିଛନ୍ତି, ୫୭ଦଶମିକ୍‍ ୦୭ ଲକ୍ଷ ହେକ୍ଟର ଜମିରେ ଗ୍ରୀଷ୍ମକାଳୀନ ଫସଲ ବୁଣାଯାଇଛି। ଯେତେବେଳେ କି ଏହା ପୂର୍ବରୁ ୪୧ ଦଶମିକ୍‍ ୩/୭ଲକ୍ଷ ହେକ୍ଟର ଜମିରେ ଗ୍ରୀଷ୍ମକାଳୀନ ଫସଲ ବୁଣାଯାଇଥିଲା। ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଦେଶ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିପ।ରିବ କାରଣ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବାର ଆଶା କରାଯାଉଛି।

Comments are closed.