ଖାଦ୍ୟ ଖାଇବା ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପର୍ବପର୍ବାଣି କିମ୍ବା ଭୋଜିରେ ମଧ୍ୟ କିଛି ଖାଦ୍ୟପେୟ କାରଣରୁ ଆମ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ବହୁ ସମୟରେ ଆମେ ଅଧିକ ଖାଦ୍ୟ ଖାଇ ଦେଉ। ଖାଦ୍ୟ ସ୍ୱାଦିଷ୍ଟ ହେଉ ଅଥବା ଭୋକ କାରଣରୁ ମଧ୍ୟ ଆମେ ବେଳେ ବେଳେ ଅଧିକ ଖାଦ୍ୟ ଖାଇଦେଇଥାଉ। ପେଟ ଜନିତ ସମସ୍ୟା କାରଣରୁ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଆମ ଖାଦ୍ୟପେୟରେ ବ୍ୟତିକ୍ରମ ହୋଇଥାଏ, ହାଲିଆ ଲାଗିଥାଏ, ବାନ୍ତି ହେବା ବେଳେ ବେଳେ ଜ୍ୱର ମଧ୍ୟ ହୋଇଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ
ପୁଦିନା ପତ୍ର –
ପୁଦିନା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏହା ପେଟକୁ ଥଣ୍ଡା ରଖିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଚନ କ୍ରିୟାକୁ ଠିକ ରଖିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ତେଣୁ ଏହା ମଧ୍ୟ ପେଟ ଜନିତ ସମସ୍ୟାକୁ ଦୂର କରେ।
ଅଦା –
ପେଟ ଜନିତ ସମସ୍ୟା ଥିଲେ ଅଦାର ବ୍ୟବହାର ଖୁବ ଉତ୍ତମ ହୋଇଥାଏ। ଏଥିରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟିରିଅଲ ତତ୍ତ୍ୱ ରହିଛି। ତେଣୁ ଏକ ଚାମଚ ଅଦା ଗୁଣ୍ଡ କ୍ଷୀରରେ ମିଶାଇ ପିଅନ୍ତୁ। ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
କଦଳୀ –
କଦଳୀରେ ଥିବା ପୋଷକ ତତ୍ତ୍ୱ ପେଟ ଜନିତ ସମସ୍ତ ସମସ୍ୟା ଦୂର କରିବା ପାଇଁ ଖୁବ ଉତ୍ତମ ଅଟେ। ତେଣୁ ପେଟ ସମସ୍ୟା ସମୟରେ କଦଳୀ ଖାଇବା ଉଚିତ।
ଦହି –
ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦହି ଖାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଦହିରେ ଥିବା ବ୍ୟାକ୍ଟେରିଆ ପେଟ ସମସ୍ୟାକୁ ସନ୍ତୁଳିତ କରିଥାଏ। ଏହା ପେଟ ପାଇଁ ଖୁବ ଉପକାରୀ ଅଟେ।