ସୁସ୍ଥ ଜୀବନ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା

ଦୂଷିତ ଖାଦ୍ୟ ହେତୁ ପ୍ରତିବର୍ଷ ଚାରି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୧୦ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥାଏ। ଦୂଷିତ ଖାଦ୍ୟ କାରଣରୁ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ ଏକ ଚତୁର୍ଥାଂଶ ମିଲିୟନ ଶିଶୁ ମୃତ୍ୟୁ ମୁଖରେ ପଡନ୍ତି।

୧. ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ – ରୋଷେଇ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ରଖିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବାସନକୁ ସଠିକ୍ ଭାବରେ ଧୁଅନ୍ତୁ ଏବଂ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।

୨. କଞ୍ଚା ଏବଂ ରନ୍ଧା ଖାଦ୍ୟକୁ ଅଲଗା ରଖନ୍ତୁ – କଞ୍ଚା ଖାଦ୍ୟ ଏବଂ ରନ୍ଧା ଖାଦ୍ୟକୁ ଅଲଗା ପାତ୍ରରେ ରଖିବା ଅତ୍ୟନ୍ତ ଜରୁରୀ। ସେଗୁଡିକୁ ଅଲଗା ପାତ୍ରରେ ଧୋଇ ରଖନ୍ତୁ ଏବଂ ଅଲଗା ପାତ୍ରରେ ରାନ୍ଧନ୍ତୁ।

୩. ଭଲ ଭାବରେ ରାନ୍ଧନ୍ତୁ – ପନିପରିବା ଭଲ ଭାବରେ ରାନ୍ଧିବା ଉଚିତ୍। ଜୀବାଣୁ ମାରିବା ଏବଂ ସ୍ୱାଦିଷ୍ଟ ଖାଦ୍ୟ ମଜା ଉଠାଇବା ପାଇଁ ଖାଦ୍ୟ ଭଲ ଭାବରେ ରାନ୍ଧନ୍ତୁ।

୪. ସଠିକ୍ ତାପମାତ୍ରା – ଖାଦ୍ୟ ପଦାର୍ଥକୁ ସଠିକ୍ ତାପମାତ୍ରାରେ ରଖନ୍ତୁ। ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥକୁ ଭିନ୍ନ ଭିନ୍ନ ତାପମାତ୍ରାରେ ରଖିବା ଉଚିତ୍।

୫. ବିଶୁଦ୍ଧ ଜଳ ଏବଂ ବାସନ ବ୍ୟବହାର – ରାନ୍ଧିବା ପାଇଁ ସ୍ୱଚ୍ଛ ଜଳ ଏବଂ ବାସନ ବ୍ୟବହାର କରାଯିବା ଉଚିତ୍।

Comments are closed.