ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟଶସ୍ୟ – ପ୍ରସ୍ତାବକୁ କ୍ୟାବିନେଟ୍‍ ମଂଜୁରୀ

ସମାଜ ପୋର୍ଟାଲ ଡେସ୍କ: ପ୍ରବାସୀ ଶ୍ରମିକଙ୍କୁ ଆତ୍ମନିର୍ଭର ପ୍ୟାକେଜ ଅନୁଯାୟୀ କେନ୍ଦ୍ର ସରକାର ମାଗଣାରେ ଖାଦ୍ୟଶସ୍ୟ ଯୋଗାଇଦେବା ସଂପର୍କିତ ଏକ ପ୍ରସ୍ତାବକୁ କ୍ୟାବିନେଟ୍‍ ଗତକାଲି ମଂଜୁରୀ ପ୍ରଦାନ କରିଛି। ଏହି ପ୍ରସ୍ତାବ ଅନୁଯାୟୀ ଚଳିତମାସ ଏବଂ ଆସନ୍ତା ମାସ ଲାଗି ପ୍ରତି ପ୍ରବାସୀ ଶ୍ରମିକଙ୍କୁ ମୁଣ୍ଡପିଛା ୫ କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଏଥିଲାଗି ୨ହଜାର ୯୮୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଏଥିସହିତ ରାଜ୍ୟ ମଧ୍ୟରେ ଏହି ଖାଦ୍ୟଶସ୍ୟର ପରିବହନ ଖର୍ଚ୍ଚ ଏବଂ ଡିଲରମାନଙ୍କର ପ୍ରାପ୍ୟକୁ ମିଶାଇ ହେବାକୁ ଥିବା ମୋଟ୍‍ ୧୨୭ କୋଟି ୨୫ ଲକ୍ଷ ଟଙ୍କାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। କୋଭିଡ୍‍ ନାଇଣ୍ଟିନ୍‍ ମୁକାବିଲା ଲାଗି ଦେଶବ୍ୟାପୀ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟରେ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଲାଗି ସରକାର ଏହି ପଦକ୍ଷେପ
ନେଇଛନ୍ତି।

Comments are closed.