ଓଜନ ହ୍ରାସ ପାଇଁ ସରଳ ଉପାୟ

ରୁଟିରେ କାବ୍ରୋହାଇଡ଼୍ରେଟର ମାତ୍ରା କମ ରହିଲେ ମଧ୍ୟ ଏଥିରେ ପ୍ରୋଟିନ ଓ ଫାଇବର ରହିଛି। ଏହି ଦୁଇଟି ପୋଷକ ତତ୍ତ୍ୱ ଶରୀର ପାଇଁ ଆବଶ୍ୟକ। ଗୋଟିଏ ରୁଟିରେ ୧୫ ଗ୍ରାମ କାର୍ବୋହାଇଡ଼୍ରେଟ, ୩ ଗ୍ରାମ ପ୍ରୋଟିନ ଓ ୦.୪ ଗ୍ରାମ ଫାଇବର ରହିଛି।
ଯଦି ଆପଣ ଓଜନ ହ୍ରାସ ପାଇଁ ଡ଼ାଏଟିଂ କରୁଛନ୍ତି, ତେବେ ଦିନରେ କେତେ ପରିମାଣରେ କାର୍ବୋହାଇଡ଼୍ରେଟ ଗ୍ରହଣ କରିବେ ତାହା ଜାଣିବା ଆବଶ୍ୟକ। ୨୫୦ ଗ୍ରାମ ପର୍ୟ୍ୟନ୍ତ କାବ୍ରୋହାଇଡ଼୍ରେଟ ଆପଣ ଗ୍ରହଣ କରିପାରିବେ । ତେଣୁ ଦୈନିକ ଆପଣ ୫ଟି ରୁଟି ଖାଇପରିବେ।
ବିଶେଷଜ୍ଞଙ୍କ ମତରେ ଓଜନ ହ୍ରାସ ପାଇଁ ଆପଣ ଯଥାସମ୍ଭବ ମଧ୍ୟାହ୍ନ ଭୋଜନ କିମ୍ବା ଅପରାହ୍ନ ୪ଟା ଭିତରେ ରୁଟି ଖାଇବା ଉଚିତ।
ପିଜୁଳିରେ ବହୁ କମ ମାତ୍ରାରେ କାର୍ବୋହାଇଡ଼୍ରେଡ଼ ରହିଛି। ପ୍ରାୟ ୧୦୦ ଟି ପିଜୁଳିରେ ୧୪ ଗ୍ରାମ କାର୍ବୋହାଇଡ଼୍ରେଡ଼ ଥାଏ। ଯେଉଁଥିରେ କାର୍ବୋହାଇଡ଼୍ରେଡ଼ ମାତ୍ରା କମ ଥାଏ, ତାହା ଓଜନ ହ୍ରାସ ପାଇଁ ଖୁବ ଲାଭକାରୀ ଅଟେ। ତେଣୁ ପିଜୁଳି ଖାଇବା ଦ୍ୱାରା ଓଜନ କମ ହୋଇଥାଏ।
ପିଜୁଳିରେ ଅଧିକ ପରିମାଣରେ ଫାଇବର ଥାଏ। ଓଜନ କମ କରିବା ପାଇଁ ହଜମ କ୍ରିୟା ଠିକ ଭାବେ କାର୍ୟ୍ୟ କରିବା ନିତ୍ୟାନ୍ତ ଆବଶ୍ୟକ। ଫାଇବର ପାଚନ ଶକ୍ତିକୁ ବଢାଇଥାଏ।
ପ୍ରୋଟିନର ଏକ ଉତ୍ତମ ସ୍ରୋତ ହେଉଛି ପିଜୁଳି। ପ୍ରୋଟିନ ଭୋକ ସହ ଜଡ଼ିତ ଗ୍ରେଲିନ ହରମୋନକୁ ନିୟନ୍ତ୍ରିତ କରିଥାଏ। ଯାହା ଆମ ଓଜନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଯେଉଁ ଫଳମାନଙ୍କରେ କ୍ୟାଲୋରୀର ମାତ୍ରା କମ , ତାହାକୁ ଖାଇବା ଦ୍ୱାରା ଓଜନ କମ ହୋଇଥାଏ। ତେଣୁ ପିଜୁଳି ଓଜନ ହ୍ରାସ ପାଇଁ ଏକ ଆବଶ୍ୟକ ଫଳ ଅଟେ।

Comments are closed.