ନୂଆବର୍ଷରେ ମେଷ,ବୃଷ,ମିଥୁନ ରାଶିର ବ୍ୟକ୍ତି ଖାଆନ୍ତୁ ଏହି ଖାଦ୍ୟ

0

ନୂଆ ବର୍ଷ ପାଇଁ ସାରା ଭାରତରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଆପଣ ଯଦି ନିଜ ନୂଆ ବର୍ଷକୁ ଅଭୁଲା କରିବାକୁ ଚାହୁଁଛନ୍ତି ତେବେ କିଛି ଉପାୟ କରିବାକୁ ପଡିବ। ସମସ୍ତେ ଜାଣିଛନ୍ତି ଯେ, ବିନା ପରିଶ୍ରମରେ କୌଣସି ଜିନିଷ ମିଳି ନଥାଏ। କିନ୍ତୁ ବେଳେବେଳେ ଅଳ୍ପ ପରିଶ୍ରମ ଦ୍ବାରା ଅନେକ କିଛି ମିଳିଥାଏ। ନୂଆ ବର୍ଷରେ ନିଜ ରାଶି ଅନୁସାରେ ଭୋଜନ କରିବା ଦ୍ବାରା ପୂରା ବର୍ଷ ଭଲରେ ବିତିବ।

ଜାଣନ୍ତୁ ରାଶି ଅନୁସାରେ କ’ଣ ଭୋଜନ କରିବେ ..

ମେଷ : ଏହି ରାଶିର ବ୍ୟକ୍ତିମାନେ ପାଣି କଖାରୁ ବର୍ଫି, ସପୁରୀ, ପତ୍ର ଥିବା ପରିବା, ଦହି, ଗାଜର, ବାଜରାରେ ପ୍ରସ୍ତୁତ ରୁଟି ଖାଇବା ଉଚିତ। ଏହାଦ୍ବାରା ଶୁକ୍ର ଗ୍ରହଙ୍କ ସୁପ୍ରଭାବ ମିଳିବ।

ବୃଷ: ଏହି ରାଶିର ବ୍ୟକ୍ତିମାନେ ଫାଇବର ଥିବା ସାଲାଡ, ମୂଳା, ଟମାଟର ଇତ୍ୟାଦି ଖାଇବା ଉଚିତ। ଏହାକୁ ଶୀତ ଦିନେ ଖାଇବା ଦ୍ବାରା ଶରୀରକୁ ଭିଟାମିନ ମିଳିଥାଏ।

ମିଥୁନ : ଏହି ରାଶିର ବ୍ୟକ୍ତିମାନେ ଅଧିକ ବୃଦ୍ଧିମାନ ହୋଇ ଥାଆନ୍ତି। ଏମାନଙ୍କୁ ଅଧିକ ଫ୍ୟାଟ ଯୁକ୍ତ ଖାଦ୍ୟ ପସନ୍ଦ ହୋଇଥାଏ। ନୂଆବର୍ଷରେ ଘିଅ, ରୁଟି, କ୍ରିମ, କଦଳୀ, ଅମୃତଭଣ୍ଡା ଖାଇବା ଉଚିତ। ଏହାସହ ଚଣା ଡାଲି ମଧ୍ୟ ଖାଇପାରିବେ।

ଆଲେଖ୍ୟ- ପ୍ରଜ୍ଞାସିନୀ ମଲ୍ଲିକ

Leave A Reply