ଶୀତଦିନେ ପିଲାଙ୍କୁ ଖୁଆନ୍ତୁ ଏହି ଖାଦ୍ୟ ; ବୃଦ୍ଧି ହୋଇଥାଏ ରୋଗ ପ୍ରତିରୋଧକ ଶକ୍ତି

ଶୀତଋତୁରେ ପିଲାମାନଙ୍କର ବହୁତ ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଶୀତରେ କେବଳ ଉଷୁମ ପୋଷାକ ପିନ୍ଧିବା ପର୍ଯ୍ୟାପ୍ତ ନୁହେଁ,ଏହାସହ ଖାଦ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ପିଲାମାନଙ୍କୁ ଏପରି ଜିନିଷ ଖାଇବାକୁ ଦିଆଯିବା ଉଚିତ ଯାହା ଶରୀରକୁ ଭିତରୁ ଉଷ୍ଣ ରଖେ। ଏହା ସହ ଶରୀରକୁ ରୋଗରୁ ଦୂରେଇ ରଖେ । ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ……
ବାଜରା ରୁଟି – ବାଜରା ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହାକୁ ବର୍ଷର ସମସ୍ତ ସମୟରେ ଖାଇପାରିବେ ମାତ୍ର ଶୀତଦିନେ ଏହା ସେବନ କରିବା ପିଲାଙ୍କ ପାଇଁ ସର୍ବୋତ୍ତମ । ପିଲାମାନଙ୍କୁ ଏହା ଭାତ, ଡାଲି , ଘିଅ କିମ୍ବା ଗୁଡ ସହ ସେବନ କରିବା ପାଇଁ ଦେଇପାରିବେ।
ଅଁଳା – ଅଁଳାରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିବା ସହ ବହୁତ ପୁଷ୍ଟିକର ଅଟେ । ସ୍ୱାଦ ପାଇଁ ଏଥିରେ କିଛି ଲୁଣ ଏବଂ ହଳଦୀ ମିଶାନ୍ତୁ । ପିଲାମାନେ ଏହାକୁ ବହୁତ ପସନ୍ଦ କରିବେ । ଏଥିରେ ଥିବା ଭିଟାମିନ ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାସହ ଥଣ୍ଡାକାଶ ଭଳି ରୋଗରୁ ଲଢେଇ କରିବାକୁ ଶରୀରକୁ ଶକ୍ତି ଯୋଗାଇଥାଏ।
ସବୁଜ ପନିପରିବା- ସପ୍ତାହରେ ୨ ରୁ ୩ ଥର ପିଲାଙ୍କୁ ଏକ ନୂତନ ଉପାୟରେ ପ୍ରସ୍ତୁତ ଯେକୌଣସି ପନିପରିବା ଖାଇବାକୁ ଦିଅନ୍ତୁ । ସେମାନଙ୍କୁ ପାଳଙ୍ଗ ଶାଗ , ମେଥି ସମସ୍ତ ପ୍ରକାର ସୁବଜ ପନିପରିବାକୁ ବିରିୟାନି କିମ୍ବା ସ୍ୟାଣ୍ଡୱିଚ ମଧ୍ୟ ପ୍ରସ୍ତୁତ କରି ଖୁଆଇପାରିବେ। ଏହାଦ୍ୱାରା ଅନେକ ପୋଷକ ତତ୍ତ୍ୱ ସେମାନଙ୍କୁ ମିଳିଥାଏ।
ବାଦାମ- ଶୀତଦିନେ ଶରୀରକୁ ଉଷ୍ଣ ରଖିବା ପାଇଁ ଡ୍ରାଏ ଫ୍ରୁଟ୍ସ ଖୁବ ଉତ୍ତମ। ପିଲାଙ୍କୁ କାଜୁ, ବାଦାମ, ପିସ୍ତା, କିସମିସ,  ଆଦି ଖାଇବାକୁ ଦିଅନ୍ତୁ। ମାତ୍ର ପରିମାଣ ଉପରେ ଧ୍ୟାନ ଦେବେ। ପିଲାଙ୍କୁ ଏହା ଖୁବ ପ୍ରୋଟିନ ଯୋଗାଇଥାଏ।
ଶୀତଦିନେ ପିଲାଙ୍କୁ ନିୟମିତ ହଳଦୀ କ୍ଷୀର ପିଇବାକୁ ଦିଅନ୍ତୁ। ଏହା ଶରୀରକୁ ଉଷ୍ଣ ରଖିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଥଣ୍ଡାଜନିତ ସମସ୍ୟାକୁ ଶରୀରରୁ ଦୂରେଇ ରଖେ।
ଶୀତଦିନେ ଗୁଡର ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଚମତ୍କାରୀ। ଥଣ୍ଡାଜନିତ ସମସ୍ୟାକୁ ଦୂର କରିବା ପାଇଁ ଗୁଡ ଓ ଅଦାକୁ ମିଶାଇ ଖାଇବା ଦ୍ୱାରା ବେଶ ଆରାମ ଅନୁଭବ ହୋଇଥାଏ। ଏହାସହ ଆପଣ ପିଲାଙ୍କୁ ଯେକୌଣସି ମିଠା ଜିନିଷରେ ଚିନି ବଦଳରେ ଗୁଡ ବ୍ୟବହାର କରି ଦେଇପାରିବେ। ଖାଲି ଗୁଡ ମଧ୍ୟ ଖାଇବାକୁ ଦେଇପାରିବେ।
ଅଣ୍ଡା – ଶୀତଦିନେ ପିଲାଙ୍କୁ ନିୟମିତ ଏକ ସିଝା ଅଣ୍ଡା ଖାଇବାକୁ ଦିଅନ୍ତୁ। ଏହା ଶରୀରକୁ ଉଷ୍ଣ ରଖିବା ସହ ପୁଷ୍ଟିକର ମଧ୍ୟ। ସିଝା ଅଣ୍ଡା ବ୍ୟତୀତ ଆପଣ ଅମଲେଟ୍ ତିଆରି କରି ପିଲାକୁ ଖାଇବାକୁ ଦେଇପାରିବେ ।
ସୁପ୍ – ଥଣ୍ଡା ଦିନରେ ସୁପ୍ ସେବନ ଏକ ଉତ୍ତମ ବିକଳ୍ପ। ଶୀତଦିନେ ପିଲାକୁ ସୁପ୍ ରେ କିଛି ପନିପରିବା ମିଶାଇ ପ୍ରସ୍ତୁତ କରି ଦିଅନ୍ତୁ ଏବଂ ଏହାକୁ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର କରନ୍ତୁ । ଏହାସହ ଚିକେନ ସୁପ ମଧ୍ୟ ଦେଇପାରିବେ।
ଗାଜର – ଗାଜର ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଆପଣଙ୍କ ପିଲାଙ୍କୁ ଗାଜର ହ।ଲୱା, ବିିଭିନ୍ନ ବ୍ୟଞ୍ଜନରେ କିମ୍ବା ସାଲାଡ ଭାବେ ମଧ୍ୟ ଦେଇପାରିବେ। ଗାଜରରେ ମିଳୁଥିବା ଭିଟାମିନ୍ ଏ ଶିଶୁମାନଙ୍କୁ ସୁସ୍ଥ କରିଥାଏ ଏବଂ ସେମାନଙ୍କୁ ସଂକ୍ରମଣରୁ ଦୂରେଇ ରଖେ ।

Comments are closed.