ହରିଶଙ୍କରଠାରେ ଆଶ୍ରିତ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଣ

କଣ୍ଟାବାଞ୍ଜି: କରୋନା ଯୋଗୁଁ ସପ୍ତାହନ୍ତ ବନ୍ଦରେ ହରିଶଙ୍କରଠାରେ ଆଶ୍ରିତ ପଶୁପକ୍ଷୀ ପ୍ରାୟତଃ ମାଙ୍କଡମାନେ ଖାଇବାକୁ ନପାଇ ଭୋକ ଉପାସରେ ପଡିରହିଛନ୍ତି। ମନ୍ଦିର ବନ୍ଦ ଯୋଗୁଁ ଦର୍ଶକ ମଧ୍ୟ ଆସୁନାହାନ୍ତି, ଯାହା ଫଳରେ ମାଙ୍କଡମାନେ ଖାଇବାକୁ ପାଉନାହାନ୍ତି। ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ପ୍ରକୃତିବନ୍ଧୁ ତଥା ବିରଞ୍ଚି ନାରାୟଣ ଦାଶ ଚେଷ୍ଟା ଜାରି ରଖିଛନ୍ତି। ପୂର୍ବରୁ ତିନିଥର ଖାଦ୍ୟ ଦେବାପରେ ଆଜି ଚତୁର୍ଥ ଥର ଖାଦ୍ୟ ନେଇ ଖାଇବାକୁ ଦେଇଥିଲେ। ଆଜିର ଖାଦ୍ୟ ପାଇଁ କଣ୍ଟାବାଞ୍ଜିର ବ୍ୟବସାୟୀ କିଶୋର ଡାଲମିଆ ତାଙ୍କ ପୁତ୍ର ପିୟୂଷ ଡାଲମିଆଙ୍କ ଜନ୍ମଦିନ ଅବସରରେ ଆର୍ଥିକ ସାହାଯ୍ୟ କରିଥିଲେ। ଏହି କାର୍ୟ୍ୟକ୍ରମରେ ସମାଜସେବୀ ଆଶିଷ ଜୈନ ସହଯୋଗ କରିଥିଲେ। ଶ୍ରୀ ଦାଶ ହରିଶଙ୍କରକୁ ଆସି ଆଶ୍ରିତ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗେଇଦେବାକୁ ଜନସାଧାରଣଙ୍କୁ ସୋସିଆଲ ମିଡିଆରେ ଅନୁରୋଧ କରିଥିଲେ।

Comments are closed.