କେଉଁ ସମୟରେ ଖାଇବେ ଏହି ଖାଦ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ସେବନ କରିବା ନିତାନ୍ତ ଆବଶ୍ୟକ। ଏହାସହ କେଉଁ ସମୟରେ କି କି ଖାଦ୍ୟ ଖାଇବେ ଏହା ଜାଣିବା ମଧ୍ୟ ଆବଶ୍ୟକ। ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ ଖାଦ୍ୟ ଖାଇବା ପରେ ଓ କିଛି ଖାଦ୍ୟ ରହିଛି, ଯାହାକୁ ଖାଲି ପେଟରେ ଖାଇବା ଉଚିତ।
ଗବେଷଣାରୁ ଜଣାଯାଇଛି, ଖାଦ୍ୟ ପଦାର୍ଥ ଗୁଣ ଅନୁଯାୟୀ, ସେମାନଙ୍କର ସେବନ କରିବା ଆବଶ୍ୟକ।
ଅଧିକାଂଶ ଜଳଖିଆରେ କମଳା ଜୁସ, ଚା’ ଓ ପାଉଁରୁଟି ଖାଇଥାଆନ୍ତି। ମାତ୍ର ବାସ୍ତବରେ ସକାଳେ କେଉଁ ଖାଦ୍ୟ ଖାଇବା ଉଚିତ….
ଖଟା ଫଳରେ ଏସିଡ ଥିବାରୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ଖାଲି ପେଟରେ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ….
ସକାଳ ସମୟରେ ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ବୋଲି କୁହାଯାଏ। ମହୁରେ ଅନେକ ପ୍ରକାର ଖଣିଜ, ଭିଟାମିନ, ଏନଜାଇମ ରହିଛି। ଯାହା ଆପଣଙ୍କ ପେଟକୁ ସଫା ରଖିଥାଏ। ଉଷୁମ ପାଣି ସହ ଏହାକୁ ପିଇବା ଦ୍ୱାରା ପେଟରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ।
ସମସ୍ତ ସମୟରେ ଅମୃତଭଣ୍ଡା ଉପଲବ୍ଧ। ତେଣୁ ଖାଲିପେଟରେ ଏହାକୁ ଖାଇବା ଦ୍ୱାରା ପେଟ ସଫା ହେବା ସହ କୋଲେଷ୍ଟେରୋଲ ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ଏହାଦ୍ୱାରା ହୃଦୟ ଜନିତ ରୋଗ ହେବାର ଆଶଙ୍କା ମଧ୍ୟ କମ ଥାଏ। ମଧୁମେହ ରୋଗୀଙ୍କ ପାଇଁ ଅମୃତଭଣ୍ଡା ଖାଇବା ମଧ୍ୟ ଲାଭଦାୟକ।
ସକାଳର ଜଳଖିଆରେ ଡ୍ରାଏ ଫ୍ରୁଟ୍ସ ଖାଇବା ମଧ୍ୟ ହିତକାରକ। ଏହା କେବଳ ପାଚନ ତନ୍ତ୍ରକୁ ସୁସ୍ଥ କରିଥାଏ ତାହା ନୁହେଁ ବରଂ ଏହାର ଅନେକ ଲାଭ ରହିଛି। ଦୈନିକ ଭାବେ ଆପଣ କିସମିସ, ବାଦାମ,କାଜୁ, ପିସ୍ତା ବାଦାମ, ବାଦାମ ଖାଇପାରିବେ। ମାତ୍ର ଏହାକୁ କମ ମାତ୍ରାରେ ଖାଆନ୍ତୁ।
କଦଳୀରେ ପୋଟାସିୟମ, ଫାଇବର ଏବଂ ମାଗ୍ନେସିୟମ ପ୍ରଚୁର ପରିମାଣରେ ରହିଛି। ମାତ୍ର ଏଥିରେ ଏସିଡିକ (ଅମ୍ଳଯୁକ୍ତ) ରହିଛି। ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ ଅମ୍ଳଯୁକ୍ତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଖାଲି ପେଟରେ କଦଳୀ ଖାଇବା ଉଚିତ ନୁହେଁ।
ରୁଟି –
ଅଟାରେ ରୁଟି ପ୍ରସ୍ତୁତ ହୋଇଥିବାରୁ ଏହାକୁ ମଧ୍ୟ ଖାଲି ପେଟରେ ଖାଇ ପାରିବେ। ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ହଜମ କ୍ରିୟାକୁ ମଧ୍ୟ ସଠିକ୍‍ ରଖିଥାଏ। ମାତ୍ର ଖାଲି ପେଟରେ ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ।
ଗଜାମୁଗ ବା ଗଜାବୁଟ –
ଏଥିରେ ଅଧିକ ପରିମାଣରେ ପ୍ରୋଟିନ, କ୍ୟାଲସିୟମ ଆଦି ରହିଛି। ଏହାକୁ ସକାଳେ ଦାନ୍ତ ଘଷିବା ପରେ ଖାଲି ପେଟରେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ହାଡ଼କୁ ସୁସ୍ଥ ରଖେ ଓ ହାଡ ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

Comments are closed.