ୱାଇସିଡିଏ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣୀଠାରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ପକ୍ଷରୁ ଆଜି ବୌଦ୍ଧଗଡ ଏନଏସି ଅନ୍ତର୍ଗତ ଇରିଗେସନ କଲୋନୀ, ଖଲିଆବଗିଚା, ମର୍ଜାକୁଦ, ଖଦାଳସାହି, ବାପୁଜୀନଗର, କେଉଟସାହି, ପୋଡାପୋଡା, ସୁଦସାହି ଆଦି ବିଭିନ୍ନ ସାହି ଓ ବସ୍ତିରେ ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏନଏସି ନିର୍ବାହୀଅଧିକାରୀ ଇଂ. ମନୋରଂଜନ ପଣ୍ଡା,ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ପ୍ରବୀର ଦାସ, ୱାସିଡିଏର ପୋଗ୍ରାମ ମେନେଜର ସୁରେଶ ପ୍ରଧାନ ପ୍ରମୁଖ ଅସହାୟମାନଙ୍କୁ ସୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିବା ସହିତ କରୋନା ମହାମାରୀ ସମୟରେ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଇଥିଲେ। ଆଜି ୧୦୬ ଜଣଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନାରେ ଅନୁଷ୍ଠାନର ମାନସ ପ୍ରଧାନଙ୍କ ସମେତ ଏନଏସିର କର୍ମଚାରୀମାନେ ସହଯୋଗ କରିଥିଲେ।

Comments are closed.