ବସ୍ତି ବାସିନ୍ଦାଙ୍କୁ ଖାଦ୍ୟ ବଣ୍ଟନ

ଚୌଦ୍ୱାର : କରୋନା ପାଇଁ ସାରା ରାଜ୍ୟରେ ଲକ୍‍ ଡାଉନ୍‍ ଓ ସପ୍ତାହାନ୍ତ ସଟ ଡାଉନ୍‍ ଜାରୀ କରାଯାଇଥିବାରୁ ଗରିବ ଶ୍ରେଣୀର ଲୋକେ ତଥା ବସ୍ତି ବସିନ୍ଦା ମାନେ କାର୍ଯ୍ୟକୁ ଯାଇ ନପାରି ଅଭାବର ରହିବା ସହିତ ନାନା ଅସୁବିଧାରେ କାଳ କାଟୁଛନ୍ତି। ଏହି ପରିପ୍ରେକ୍ଷିରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ୟାଚ୍‍ ଚେରିଟେବୁଲ ଟ୍ରଷ୍ଟ ତରଫରୁ ଅସହାୟ ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ସଭାନେତ୍ରୀ ବୀଣାପାଣି ଦାସଙ୍କ ନେତୃତ୍ୱରେ ଟ୍ରଷ୍ଟର ସଦସ୍ୟ ମାନେ ଚୌଦ୍ୱାର ଥାନା ବାଣୀପଦା ପଞ୍ଚାୟତର ବଡ଼ ଦେହୁରୀ ବସ୍ତିରେ ପହଞ୍ଚି ବସ୍ତିର ୭୫ରୁ ଉର୍ଦ୍ଧ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ପୁଷ୍ପଲତା ସୁବୁଦ୍ଧିରାୟ, କୁଳମଣୀ ଦାସ, ପ୍ରମୋଦ ସାହୁ, କିଶୋର ସୋନି, ଦୀପକ ସାହୁ, ରତ୍ନପ୍ରଭା ପଣ୍ଡା, ଆଦିତ୍ୟ ଦାସ, ସେକ୍‍ ହସିମ୍‍, ଆର୍ଯ୍ୟ କୁମାର ଷଢ଼ଙ୍ଗୀ, ସୌମ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ ସଦସ୍ୟ ଏହି କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ।

Comments are closed.