ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ମୋହନା : କରୋନା କଟକଣା ସାଙ୍ଗକୁ ଦିନକୁ ଦିନ ଲୋକେ ଜୀବିକା ହରାଇ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ବହୁ ଗରୀବ ପରିବାରର ଲୋକଙ୍କ ଅବସ୍ଥା କହିଲେ ନସରେ । ଏଭଳି ବିପତ୍ତି ସମୟରେ ମୋହନା ସହରର ଯୁବ ବ୍ୟବସାୟୀ ଶମ୍ଭୁ ଆଚାରୀ ନିହାତୀ ଗରୀବ ଶ୍ରେଣୀର ଲୋକଙ୍କୁ ସାହି ସାହି ବୁଲି ଚାଉଳ, ଡାଲି, ପରିବା, ବିସ୍କେଟ ଓ ୧୦୦ ଟଙ୍କା ଲେଖାଏଁ ବିଧବା ମହିଳା, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ବାଣ୍ଟିଛନ୍ତି। ତାଙ୍କରି ଏଭଳି ଜନହିତକର କାର୍ଯ୍ୟକୁ ମୋହନା ବାସୀ ପ୍ରଶଂସା କରିଛନ୍ତି।

Comments
Loading...