ବ୍ଳକ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ରେଙ୍ଗାଲି: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ଆଜି ରେଙ୍ଗାଲି ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବମାଲୋଇ ପଞ୍ଚାୟତର ତଳିବାହାଲ ଗ୍ରାମରେ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ବ୍ଲକ କଂଗ୍ରେସର ସଭାପତି ଚତୁର୍ଭୁଜ ଝଙ୍କାର, ପୂର୍ବତନ ବିଧାୟକ ଦୁର୍ୟ୍ୟୋଧନ ଗାଡିଆ, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ବାଳ, ଗୋପାଳ ପଣ୍ଡା, ମୋହନ ନାଏକ, ଅନିରୁଦ୍ଧ ଛୁରିଆ, ଲାଲ୍ ବିରେନ୍ଦ୍ର ସାଏ, ତରୁଣ ମେହେର, ଗଣେଶ ସୋହେଲା, ଶଙ୍କର୍ଷଣ ନାଥ, ଅନିଲ ବେହେରା, କାଜୁ ବୁଦ୍ଧିଆ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.