କର୍ଣ୍ଣାଟକରେ ବିଷାକ୍ତ ପ୍ରସାଦ ଖାଇ ମୃତ୍ୟ ସଂଖ୍ୟା ୧୩କୁ ବୃଦ୍ଧି

0

ବେଙ୍ଗାଲୁର . – କର୍ଣ୍ଣାଟକରେ ବିଷାକ୍ତ ଖାଦ୍ୟ ଖାଇ  ବହୁ ଲୋକ ଅସୁସ୍ଥ ହୋଇଥିଲେ । ଏଥିରେ ପୂର୍ବରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହୁରି ୨ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ଦୁଇଜଣଙ୍କର ଅବସ୍ଥା ସଙ୍କଟାପନ୍ନ୍ ରହିଛି । ଏଥିରେ ପ୍ରସାଦ ପାଇଁ ଅନନ୍ ପ୍ରସାଦରେ  ରେ ବିଷ ମିଶାଯାଇଥିବା ଖ୍ୟାଦ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି । ମନ୍ଦିରର ପରିଚାଳନା କରୁଥିବା ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ଥିଲା । ଏଥିପାଇଁ ଗୋଟିଏ ଗୋଷ୍ଠୀର ଲୋକ ଅନ୍ନ ପ୍ରସାଦରେ ବିଷ ମିଶାଇ ଦେଇଥିବା ସନ୍ଦେହ କରାଯାଉଛି ।

ସୂଚନା ଯୋଗ୍ୟା ମନ୍ଦିରରେ ରନ୍ଧା ଯାଇଥିବା ଖାଦ୍ୟ ଖାଇ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୮୦ ଜଣ ଅସୁସ୍ଥ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷର କନ୍ୟା ଥିବା ଜଣାପଡ଼ିଛି। କର୍ଣ୍ଣାଟକର ହାନୁର ଅଞ୍ଚଳରେ ଏହି ଘଟଣା ଘଟିଛଥିଲା ।

ସେଠାକାର ସୁଲଭାଡି କିଛୁଗୁଟ୍ଟି ମାରାମ୍ମା ମନ୍ଦିରରେ ଏକ ସମାରୋହ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଖାଇବା ସାରିବା ପରେ ଲୋକମାନଙ୍କ ଉଦର ଯନ୍ତ୍ରଣା ସହିତ ବାନ୍ତି ହୋଇଥିଲା। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲାବ୍‍କୁ  ପଠାଯାଇଥିଲା ।

ଅସୁସ୍ଥ ଥିବା ଭକ୍ତଙ୍କ ସୂଚନା ଅନୁଯାୟୀ ପ୍ରସାଦରୁ କିରାସିନି ଗନ୍ଧ ଆସୁଥିଲା। ତଥାପି ତାହାକୁ ଅଣଦେଖା କରି ସେମାନେ ଖାଦ୍ୟ ଖାଇଥିଲେ। ମୃତକଙ୍କ ପରିବାର ବର୍ଗକୁ ୫ ଲକ୍ଷ ଟଙ୍କା ଲେଖାଏଁ ସମବେଦନା ରାଶି ପ୍ରଦାନ କରାଯାଇଛି।

Leave A Reply