ଏହି ଜିନିଷକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ

ଅନେକ ସମୟରେ ସଭିଏଁ ନିଜର ରୁଚି ଅନୁଯାୟୀ ଖାଦ୍ୟ ଖାଇଥାଆନ୍ତି। ସେହିଭଳି କେତେକ ଖାଦ୍ୟ ରହିଛି,ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ। ଜାଣନ୍ତୁ ସେହିଭଳି କିଛି ଖାଦ୍ୟ ବିଷୟରେ…….
ଏକ ସ୍ୱାସ୍ଥ୍ୟକର ଭୋଜନ ଥାଳିରେ ମିଠାର ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ। ଯଥାସମ୍ଭବ ଖୁବ କମ ପରିମାଣରେ ମିଠା ଜାତୀୟ ଜିନିଷର ସେବନ କରନ୍ତୁ।
ଭୋଜନରେ ଅଧିକ ପୋଷକ ତତ୍ତ୍ୱ ଓ ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ପେଟ ଉପରେ ଉତ୍ତମ ପ୍ରଭାବ ସହ ହଜମ କ୍ରିୟା ସୁସ୍ଥ ରହିଥାଏ।
ଦୈନିକ ଭାବେ ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇବା ସହ ଗ୍ୟାଷ୍ଟ୍ରିକ ,ଏସିଡିଟି ଭଳି ଅନେକ ସମସ୍ୟା ସୃଷ୍ଟି କରିଥାଏ। ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ। ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ।
ଆବଶ୍ୟକ ପରିମାଣରେ ମାଛ,ମାଂସ,ବିନ୍ସ,ବାଦାମ ଭଳି ଖାଦ୍ୟ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ।
ଖାଦ୍ୟରେ ଭରପୁର ମାତ୍ରାରେ ଓଟସ୍‍ ,ବ୍ରାଉନ ରାଇସ୍‍ ସାମିଲ କରନ୍ତୁ।
ସର୍ବଦା ଅଲିଭ୍‍ ଅଏଲ କିମ୍ବା ସ୍ୱାସ୍ଥ୍ୟକର ତେଲରେ ହିଁ ଖାଦ୍ୟ ପ୍ରସ୍ତୁତ କରନ୍ତୁ।

Comments are closed.