ଖାଦ୍ୟପାନୀୟ ସମ୍ପର୍କିତ କିଛି କଥା

ନାମୀ ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକର୍‌ଙ୍କ ମତରେ ଖାଦ୍ୟପାନୀୟ ବାବଦରେ କେତୋଟି ନିୟମ ମାନିଲେ, ଆମେ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବା ।
-ଆପଣ ଫ୍ରିଜ୍ ଖାଦ୍ୟ ଖାଆନ୍ତୁ, ହେଲେ ଖାଦ୍ୟ ବାହାର କରି ପ୍ରଥମେ ବାହାରେ ରଖନ୍ତୁ। ପରେ ଆପଣ ଗରମ କରି ଖାଇପାରିବେ।
-ଫ୍ରିଜ୍‌ରେ ଫଳ ଆଦୌ ରଖନ୍ତୁନାହିଁ। ଏହା ଖାଇଲେ ଥଣ୍ଡା, ସର୍ଦି ହେବାର ଭୟ ବଢ଼ିଥାଏ।
-ପ୍ରତ୍ୟେକ ବ୍ୟଞ୍ଜନରେ ଶୁଦ୍ଧ ହଳଦୀ ୧ଛୋଟ ଚାମଚ ବ୍ୟବହାର କରନ୍ତୁ। ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ଏହା କାମ କରେ।
-ଫଳରସ ତିଆରି କରୁଥିଲେ, ପ୍ରସ୍ତୁତିର ୧୦ ମିନିଟ୍ ମଧ୍ୟରେ ଏହା ପିଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ।
-ପୋଦିନା ଚଟଣି, ଧନିଆ ଚଟଣି ଇତ୍ୟାଦିକୁ ନିୟମିତ ନିଜ ଦ୍ବିପହର ଭୋଜନରେ ସାମିଲ କରନ୍ତୁ। ହଜମ କ୍ଷମତା ଭଲ କରିଥାଏ।

Comments are closed.