ଭ୍ରମଣର ମଜା : କର୍ଣ୍ଣାଟକର ପ୍ରସିଦ୍ଧ ରେଶମୀ ପୋଷାକ ; କଲକାତାର ଭେକ୍ଟି ମାଛର ତରକାରୀ

ଯେଉଁ ସ୍ଥାନକୁ ବୁଲିବାକୁ ଯାଉ ସେଠାକାର ଭିନ୍ନ ସ୍ଥାନ, ଖାଦ୍ୟପେୟ, ବିଭିନ୍ନ ସାମଗ୍ରୀ ହିଁ ଆମକୁ ଭିନ୍ନ ଅନୁଭୂତି ପ୍ରଦାନ କରିଥାଏ। ଏତଦ ବ୍ୟତୀତ ନିଜ ଭ୍ରମଣକୁ ସର୍ବଦା ସ୍ମରଣୀୟ ରଖିବା ପାଇଁ ସେଠାକାର ସ୍ମୃତି ବହନ କରୁଥିବା କିଛି ଜିନିଷ ଆଣି ଥାଉ। ଏହାସହ ବିଭିନ୍ନ ସ୍ଥାନର ସୁସ୍ୱାଦୁ ବ୍ୟଞ୍ଜନର ମଧ୍ୟ ମଜା ନେଇଥାଉ। ଖାଦ୍ୟପେୟର କଥା ଆସିଲେ କଲକାତାର ଷ୍ଟ୍ରିଟ୍ ଫୁଡ଼୍ ଭାରତର ସବୁଠାରୁ ଉତ୍ତମ ଷ୍ଟ୍ରିଟ୍ ଫୁଡ଼୍ ବୋଲି କୁହାଯାଏ।। ପାନିପୁରୀ ଯାହାକୁ ଆମେ ଗୁପଚୁପ କହୁ ଏଠାରେ ତାହା ବେଶ ପ୍ରସିଦ୍ଧ।
କାଠି ରୋଲସ୍
ନ୍ୟୁ ମାର୍କେଟରେ କାଠି ରୋଲସ୍ ଅଧିକ ପରିମାଣରେ ମିଳିଥାଏ। ଏହା ଛଡ଼ା ଏହି ମାର୍କେଟରେ ସ୍ନାକସ୍ ମିଳିଥାଏ। ଯାହା ତାଲେଭାଜା ବୋଲି ବେଶ ପ୍ରସିଦ୍ଧ ଅଟେ।
ଫ୍ରାଇ ଫିସ୍
ଗୋଲପାର୍କ ୫- ପଏଣ୍ଟ କ୍ରସିଙ୍ଗ ନିକଟରେ ଥିବା ବଜାରରେ ଫ୍ରାଇ ଫିସ୍ ମିଳିଥାଏ। ଏଠାକାର ଏହା ଏକ ପ୍ରସିଦ୍ଧ ବ୍ୟଞ୍ଜନ ଅଟେ।
ପ୍ରସିଦ୍ଧ ବେଙ୍ଗୋଲୀ ଖାଦ୍ୟ –
ନ୍ୟୁ ମାର୍କେଟ ଅଞ୍ଚଳରେ ଥିବା କସ୍ତୁରୀ ରେସ୍ତୋରାଁ ଖାଦ୍ୟ ଖୁବ ପ୍ରସିଦ୍ଧ। ଭେକ୍ଟି ମାଛର ଏକ ତରକାରୀ, ବିଭିନ୍ନ ଆମିଷରେ ପ୍ରସ୍ତୁତ ତରକାରୀ, ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଏଠାରେ ମିଳେ। ଏଠାକାର ସମସ୍ତ ଖାଦ୍ୟ ଖୁବ ସ୍ୱାଦିଷ୍ଟ ବୋଲି ଏଠାରେ ଖୁବ ଭିଡ଼ ପରିଲକ୍ଷିତ ହୋଇଥାଏ।
ସ୍ୱାଦିଷ୍ଟ ରସୋଗଲା –
କଲକାତାର ଭବାନୀପୁରରେ ଥିବା ଦୋକାନରେ ମିଳୁଥିବା ରସୋଗଲା ଖୁବ ପ୍ରସିଦ୍ଧ ଅଟେ। ଏଠାରେ ମିଳୁଥିବା ରସମଲେଇ, ରାଜଭୋଗ, ସନ୍ଦେଶ ଖାଇଲେ ମନ ଶାନ୍ତି ହୋଇଯାଏ। ଗୁଡରେ଼ ପ୍ରସ୍ତୁତ ହୋଇଥିବା ରସୋଗଲା ମଧ୍ୟ ଏଠାରେ ମିଳିଥାଏ। ଯାହାକୁ ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ।
୧୦୦୧ ଟଙ୍କାର ପ୍ରସିଦ୍ଧ ପାନ –
ବହୁ ଲୋକେ ୧୦୦୧ ଟଙ୍କାର ପାନ ଖାଇନଥିବେ। କଲକାତାରେ କଲେଜ ଷ୍ଟ୍ରିଟ୍ ରେ ଥିବା ପାଖାପାଖି ୮ ରୁ ୧୦ ଟି ପ୍ରସିଦ୍ଧ ପାନ ଦୋକାନ ରହିଛି। ଏଠାରେ ୫ ଟଙ୍କାରୁ ୧୦୦୧ ଟଙ୍କା ପର୍ୟ୍ୟନ୍ତ ପାନ ମିଳିଥାଏ। ଏଠାକାର ଦୋକାନରେ ମିଳୁଥିବା ପାନ ଏକ ଚର୍ଚ୍ଚାର ବିଷୟ ହେବା ସହ ଅନ୍ୟ ଦେଶମାନଙ୍କରେ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ।
ଗୁଜୁରାଟ –
ଗୁଜୁରାଟରେ କାଚରେ ହୋଇଥିବା କାରୁକାର୍ୟ୍ୟର ବହୁ ଜିନିଷ ଆପଣ ବିିଭିନ୍ନ ସ୍ଥାନରେ ଦେଖିବାକୁ ପାଇବେ। ଛୋଟ ଛୋଟ କାଚର ଖଣ୍ଡ ଅଂଶକୁ ପ୍ରୟୋଗ କରାଯାଇ ବହୁ ସୁନ୍ଦର ସୁନ୍ଦର ସାଜସଜ୍ଜା ଦ୍ରବ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଆଭୂଷଣ ଆଦି ରଖିବା ପାଇଁ ଏଠାରେ ସୁନ୍ଦର ସୁନ୍ଦର ବାକ୍ସ ମଧ୍ୟ ମିଳିଥାଏ। ଏହି ସମସ୍ତ ପ୍ରକାରର ଜିନିଷ ଆପଣ ଅହମଦାବାଦର ଦୁଇଟି ପ୍ରମୁଖ ମାର୍କେଟରେ ପାଇପାରିବେ।
ହରିୟାଣା –
ପିତ୍ତଳ ଓ ପଥରରେ ନିର୍ମିତ ବିଭିନ୍ନ ସୁନ୍ଦର ମୂର୍ତ୍ତି, ପିତ୍ତଳ ବାସନକୁସନ ଆଦି ଏଠାରେ ମିଳିଥାଏ। ଏହାସହ କାଠରେ ନିର୍ମିତ ସୁନ୍ଦର ସୁନ୍ଦର ଦ୍ରବ୍ୟ ମଧ୍ୟ ଏଠାରେ ମଳିଥାଏ।
ଜାମ୍ମୁ କାଶ୍ମୀର –
ଯଦି ଆପଣ ଜାମ୍ମୁ କାଶ୍ମୀର ବୁଲିବାକୁ ଯାଆନ୍ତି, ତେବେ ସେଠାରୁ ବିଭିନ୍ନ ଶୀତବସ୍ତ୍ର ଯେପରି ସୁନ୍ଦର ରଙ୍ଗବେରଙ୍ଗର ସାଲ୍ , ଚାଦର, କାଗଜରେ ପ୍ରସ୍ତୁତ ଆକର୍ଷଣୀୟ ଦ୍ରବ୍ୟ ମଧ୍ୟ କିଣିପାରିବେ।
ଝାଡ଼ଖଣ୍ଡ –
ଏଠାରେ ପିତ୍ତଳରେ ନିର୍ମିତ ଭିନ୍ନ ଭିନ୍ନ ପ୍ରକାରର ମୂର୍ତ୍ତି କିଣିପାରିବେ। ଏହି ସ୍ଥାନରେ ହିଁ ପ୍ରଥମଥର ପିତ୍ତଳକୁ ତରଳାଇ ଛାଞ୍ଚରେ ଦେବାଦେବୀଙ୍କ ମୂର୍ତ୍ତି ନିର୍ମିତ ହୋଇଥିଲା ବୋଲି କୁହାଯାଏ।
କର୍ଣ୍ଣାଟକ-
ଏତଦ୍ ବ୍ୟତୀତ କର୍ଣ୍ଣାଟକରୁ ପ୍ରସିଦ୍ଧ ରେଶମୀ ପୋଷାକ, ଶାଢୀ ମଧ୍ୟ କିଣିପାରିବେ। ଏଠାରେ ରେଶମରେ ପ୍ରସ୍ତୁତ ପୋଷାକ, ଶାଢୀ ନିଜର ସ୍ୱତନ୍ତ୍ର କାରୁକାର୍ୟ୍ୟ, ଉନ୍ନତ ମାନର ବୁଣିବା ଶୈଳୀ କାରଣରୁ ସାରା ଦୁନିଆରେ ଖୁବ ପ୍ରସିଦ୍ଧ।

Comments are closed.