ଜାତିସଂଘର ଚେତାବନୀ : ଜୁଲାଇରେ ପୁଣି ପଙ୍ଗପାଳ ଆକ୍ରମଣ

ୱାଶିଂଟନ : ଜୁଲାଇ ମାସରେ ଭାରତକୁ ପୁଣି ଥରେ ପଙ୍ଗପାଳ ଆକ୍ରମଣର ସାମ୍ନା କରିବାକୁ ପଡିପାରେ। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଏଫଏଓ) ଏନେଇ ଚେତାବନୀ ଦେଇଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପରି ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ସମେତ ପଙ୍ଗପାଳ ଆକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୬ଟି ରାଜ୍ୟକୁ ସଜାଗ ରହିବାକୁ କୁହାଯାଇଛି।

ଏଫଏଓ କହିଛି ଯେ, ମୌସୁମି ପୂର୍ବରୁ ଦକ୍ଷିଣ ପଶ୍ଚିମ ପାକିସ୍ଥାନରୁ ରାଜସ୍ଥାନରେ ପଙ୍ଗପାଳ ଏବଂ ୧୯୬୨ ପରଠାରୁ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶରେ ପଙ୍ଗପାଳ ପହଞ୍ଚିଥିଲେ।

ଏଫଏଓ ଅନୁଯାୟୀ, ମୌସୁମି ଆରମ୍ଭରେ ଅଣ୍ଡା ଦେବା ପାଇଁ ରାଜସ୍ଥାନର ମରୁଭୂମିକୁ ଫେରିବା ପୂର୍ବରୁ ପଙ୍ଗପାଳ ପୂର୍ବ ଓ ପଶ୍ଚିମ ଦିଗକୁ ଗତି କରିବେ। ଏଥି ସହିତ ଜୁନ୍ ମାସରେ ଦକ୍ଷିଣ ଇରାନରୁ ଏକ ପଙ୍ଗପାଳ ଦଳ ଭାରତ ଆସିବେ। ଏହା ପରେ ଜୁଲାଇରେ ‘ହର୍ଣ୍ଣ ଅଫ ଆଫ୍ରିକା’ରୁ ପଙ୍ଗପାଳର ଏକ ବଡ଼ ଦଳ ଭାରତରେ ପହଞ୍ଚିବେ।

ବିଶେଷଜ୍ଞଙ୍କ ଅନୁଯାୟୀ, ଏକ ପଙ୍ଗପାଳ ଦଳ ପାକିସ୍ତାନରୁ ଭାରତରେ ପ୍ରବେଶ କରିଥିଲେ ଏବଂ ଏହା ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ଛତିଶଗଡ ଭଳି ରାଜ୍ୟରେ ଫସଲ ନଷ୍ଟ କରିଥିଲେ। ଅଗକୁ ଏକ ପଙ୍ଗପାଳ ଦଳ ‘ହର୍ଣ୍ଣ ଅଫ ଆଫ୍ରିକା’ରୁ ଭାରତ ଆସିବେ।

ଏଫଏଓ କହିଛି ଯେ ପୂର୍ବ ଆଫ୍ରିକାରେ ଏବଂ ଉତ୍ତର-ପଶ୍ଚିମ କେନିଆରେ ପଙ୍ଗପାଳମାନେ ଅଣ୍ଡା ଦେବା ଆରମ୍ଭ କରି ଦେଇଛନ୍ତି। ଅନେକ ପଙ୍ଗପାଳ ଦଳ ମଧ୍ୟ ଏକତ୍ରିତ ହେଉଛନ୍ତି। ଏହି ସମସ୍ତ ଦଳ ଜୁନ୍ ମାସର ଦ୍ୱିତୀୟ ସପ୍ତାହରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ଅପରିପକ୍ୱ(ବଡ଼) ପଙ୍ଗପାଳ ସହିତ ଭାରତ ଆଡକୁ ଅଗ୍ରସର ହେବେ।

ସୋମାଲିଆ ଏବଂ ଇଥିଓପିଆରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି ବୋଲି ସଂଗଠନ କହିଛି। ଜୁନ୍ ମଧ୍ୟଭାଗ ପରେ ଅଧିକାଂଶ ନୂତନ ପଙ୍ଗପାଳ ଦଳ କେନିଆରୁ ଇଥିଓପିଆ ଏବଂ ଉତ୍ତର ସୁଦାନରୁ ଦକ୍ଷିଣ ସୁଦାନକୁ ଯିବେ ଏବଂ ଅନ୍ୟ ପଙ୍ଗପାଳ ଉତ୍ତର ଇଥିଓପିଆକୁ ଯିବେ। ଏଫଏଓ କହିଛି ଯେ ଉତ୍ତର-ପୂର୍ବ ସୋମାଲିଆରେ ପଙ୍ଗପାଳମାନେ ଉତ୍ତର ଭାରତ ମହାସାଗରରେ ଥିବା ଭାରତ-ପାକିସ୍ତାନ ସୀମା ଅଞ୍ଚଳ ଆଡକୁ ଯିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ପଙ୍ଗପାଳ ଦିନକୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଉଡିପାରେ ଏବଂ ଏକ ବର୍ଗ କିଲୋମିଟରର ପଙ୍ଗପାଳ ଦଳ ୩୫,୦୦୦ ଲୋକଙ୍କର ଖାଦ୍ୟ ଖାଇ ପାରିବେ।

Comments are closed.