ଚିଜ ଷ୍ଟିକ

0

ଆବଶ୍ୟକ ସାମଗ୍ରୀ
ପନିର – ୩୦୦ ଗ୍ରାମ
ମଇଦା – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଦା ରସୁଣ ବଟା – ୨ଚାମଚ
ଲେମ୍ବୁ ରସ – ଅଳ୍ପ
ଗରମ ପାଣି – ଅଳ୍ପ
ଜୁଆଣି-ଅଳ୍ପ
ଭଜା ବେସନ – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଲମରିଚ ଗୁଣ୍ଡ – ଅଳ୍ପ
ବ୍ରେଡ଼ ମାଟିଆ ଅଂଶର ଗୁଣ୍ଡ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନିରକୁ ଲମ୍ବା ଆକୃତିର କାଟି ରଖନ୍ତୁ। ଏବେ ଏଥିରେ ଅଦା ରସୁଣ ବଟା ଓ ଲେମ୍ବୁ ରସ ଗୋଳାନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏହାକୁ ଘୋଡ଼ାଇ ଫ୍ରିଜରେ ରଖନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ମଇଦା, ଭଜା ବେସନ, ଜୁଆଣି, ଲଙ୍କା ଗୁଣ୍ଡ, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହାପରେ ଫ୍ରିଜରେ ରଖିଥିବା ପନିରକୁ କାଢନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପନିରକୁ ଘୋଳରେ ବୁଡ଼ାଇ ବ୍ରେଡ଼ ମାଟିଆ ଅଂଶର ଶୁଖିଲା ଗୁଣ୍ଡରେ ଧୀରେ ଧୀରେ ଗୋଳାନ୍ତୁ। ଏବେ ଏହାକୁ ତେଲରେ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢି ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply