ଚୂଡ଼ା ଦୋସା

0

ଆବଶ୍ୟକ ସାମଗ୍ରୀ
ଚୂଡ଼ା – ୨କପ
ସୁଜି – ୧କପ
ଦହି – ୧କପ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
କଟା କ୍ୟାପସିକମ – ୧ଟି
ମକା ମଞ୍ଜି – ଅଳ୍ପ
କଞ୍ଚା ଲଙ୍କା – ୨ଟି
ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
କଟା ଅଦା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚୂଡ଼ାକୁ ଧୋଇ ଏହାକୁ ଭଲ ଭାବେ ଚୁପୁଡ଼ି ୧୦ ମିନିଟ ଏକ ପାତ୍ରରେ ରଖନ୍ତୁ। ଏହା ପରେ ଚୂଡ଼ା, ସୁଜି, ଦହି, ଅଦା ପକାଇ ପେଷି ମିଶ୍ରଣ ପ୍ରସ୍ତୁତ କରନ୍ତୁ ଓ ଏକ ପାତ୍ରରେ ରଖିଦିଅନ୍ତୁ। ଏବେ ଏହି ମିଶ୍ରଣରେ ପିଆଜ , କ୍ୟାପସିକମ, ଟମାଟୋ, କଞ୍ଚା ଲଙ୍କା, ଲୁଣ, ଲଙ୍କା ଗୁଣ୍ଡ ଅଳ୍ପ, ମକା ମଞ୍ଜି ,ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ଏହି ମିଶ୍ରଣରୁ ପିଠା ଭଳି ଗୋଲ କରି ଏହାର ଚାରିପାଖରେ ତେଲ ଦେଇ ତାୱାରେ ପ୍ରସ୍ତୁତ କରନ୍ତୁ। ପିଠାର ଉଭୟ ପଟ ହୋଇଗଲେ ଏକ ପାତ୍ରକୁ କାଢନ୍ତୁ ଓ ଚଟଣି ସହ ଖାଆନ୍ତୁ।

Leave A Reply