କ୍ଷୀର ଗଇଁଠା ପିଠା ରଜର ମଜାକୁ ଦୁଇଗୁଣ କରେ

ଆବଶ୍ୟକ ସାମଗ୍ରୀ
କ୍ଷୀର – ୧ଲିଟର
ଚାଉଳ ଚୁନା – ୨କପ
ଚିନି – ୧କପ
ଗୁଜୁରାତି ଗୁଣ୍ଡ – ୧ଚାମଚ
ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇ ବସାନ୍ତୁ। କଡ଼େଇ ଗରମ ହୋଇଗଲେ ୨କପ କ୍ଷୀର ସହ ଅଳ୍ପ ପାଣି ଦେଇ ଫୁଟାନ୍ତୁ। କ୍ଷୀର ଫୁଟିଲେ ଅଧ କପ ଚିନି ସାମନ୍ୟ ଲୁଣ ପକାଇବା ପରେ ଚାଉଳଗୁଣ୍ଡ ପକାଇ ଭଲ ଗୋଳାନ୍ତୁ ଓ ଜନ୍ତଣି ପ୍ରସ୍ତୁତ କରନ୍ତୁ। ଜନ୍ତଣି ପ୍ରସ୍ତୁତ ହେବା ପରେ ଏହାକୁ ଥଣ୍ଡା କରି ଛୋଟ ଛୋଟ ବଲ ଆକୃତିର କରି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ ପୁଣି କଡ଼େଇ ବସାଇ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ଚିନି ପ୍ରସ୍ତୁତ ବଲକୁ ପକାଇ ଧୀରେ ଧୀରେ ଗୋଳାନ୍ତୁ। ଏହା ପରେ ଏକ ଛୋଟ ଗିନାରେ ୧ ଚାମଚ ଚାଉଳ ଗୁଣ୍ଡରେ କିଛି କ୍ଷୀର ଗୋଳାଇ ଏଥିରେ ମିଶାନ୍ତୁ। ଶେଷରେ କିଛି ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସରେ ୪ରୁ ୫ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା କ୍ଷୀର ଗଇଁଠା ପିଠା।

ଏବେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Comments are closed.