ମସଲା ମୁଗଡ଼ାଲି ପିଠା

0

ଆବଶ୍ୟକ ସାମଗ୍ରୀ
ମୁଗ ଡ଼ାଲି – ୨ କପ
କଞ୍ଚା ଲଙ୍କା – ୨ଟି
କ୍ୟାପସିକମ – ୧ଟି
ଗାଜର – ୧ଟି
ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ପନିର – ଅଳ୍ପ
ଅଦା ବଟା – ୩ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ମକା ମଞ୍ଜି – ୧କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମୁଗଡ଼ାଲିକୁ ଭଲ ଭାବେ ଧୋଇ ୨ ଘଣ୍ଟା ବତୁରାଇ ଦିଅନ୍ତୁ। ଏହା ପରେ ଗାଜର, କ୍ୟାପସିକମକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ। ଏବେ ବତୁରାଇଥିବା ମୁଗଡ଼ାଲିରେ ଅଳ୍ପ ଅଦା ବଟା, କଞ୍ଚା ଲଙ୍କା ଅଳ୍ପ ପାଣି ଦେଇ ପେଷି ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଅଦା ବଟା , କଞ୍ଚା ଲଙ୍କା , ଗାଜର, କ୍ୟାପସିକମ, ମକା ମଞ୍ଜି, ଲୁଣ, ଧନିଆ ପତ୍ର, ପନିରକୁ କୋରି ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଭଲ ଭାବେ ଭାଜିବା ପରେ ଏହି ଭଜାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ଅଳ୍ପ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ପେଷା ହୋଇଥିବା ମୁଗଡ଼ାଲି ବାଟଣକୁ ତାୱାରେ ପକାଇ ପିଠା ପ୍ରସ୍ତୁତ କରନ୍ତୁ। ପିଠାର ଗୋଟେ ପଟ ହୋଇଗଲେ ଦୋସା ଭଳି ଏହା ମଧ୍ୟରେ ପ୍ରସ୍ତୁତ ହୋଇଥିବା ପୁର ଦିଅନ୍ତୁ। ଏହା ପରେ ଏହାକୁ ଓଲଟାଇ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗଡ଼ାଲି ମସଲା ପିଠା।

Leave A Reply