ବେସନ ବର୍‍ଫି

0

ଆବଶ୍ୟକ ସାମଗ୍ରୀ
ବେସନ – ୨୦୦ ଗ୍ରାମ
ପେଷା ଚିନି – ଆବଶ୍ୟକ ପରିମାଣରେ
କାଜୁ , ପେସ୍ତା ବାଦାମ – ଆବଶ୍ୟକ ପରିମାଣରେ
ଘିଅ – ୧କପ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇ ଗରମ ହେବା ପରେ ଏଥିରେ ବେସନ ପକାନ୍ତୁ। ବେସନ ପକାଇବା ପରେ ଘିଅ ପକାଇ ଭଲ ଭାବେ ଗୋଳାଇ ଜନ୍ତଣି ପ୍ରସ୍ତୁତ କରନ୍ତୁ। ଜନ୍ତଣି ପ୍ରସ୍ତୁତ ପରେ ପେଷା ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଅଳ୍ପ ଘିଅ ଲଗାଇ ପ୍ରସ୍ତୁତ ଜନ୍ତଣିକୁ ଏଥିରେ ଢାଳନ୍ତୁ। ଏହା ଉପରେ କାଜୁ, ପେସ୍ତା ବାଦାମ, ପକାଇ ଚାମଚ ସାହାଯ୍ୟରେ ସମାନ କରି ଦିଅନ୍ତୁ। ଏହା ପରେ ଫ୍ରିଜରେ ରଖି ଦିଅନ୍ତୁ। କିଛି ସମୟ ଫ୍ରିଜରେ ରଖିବା ପରେ ଏହାକୁ ଛୁରୀ ସାହାଯ୍ୟରେ ଚାରିକଣିଆ କରି କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ବେସନ ବର୍‍ଫି।

Leave A Reply