ଥଣ୍ଡା ଓ ଜ୍ବରରୁ ରକ୍ଷା କରେ ଏହି ଖାଦ୍ୟ

0

ବଦଳୁଥିବା ଋତୁରେ ଥଣ୍ଡା-ଜ୍ବର ସମସ୍ୟା ଦେଖା ଦେଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଭିଟାମିନ-ସି ଯୁକ୍ତ ଖାଦ୍ୟ ଖାଇବା ଉଚିତ। କମଳା, ଲେମ୍ବୁ ରସ ଇତ୍ୟାଦି ସେବନ କରିବାକୁ ପଡିଥାଏ। ଏଥିରୁ ଶରୀରକୁ ଶକ୍ତି ମିଳିଥାଏ। ଅନେକ ଖାଦ୍ୟ ରହିଛି ଯାହାଦ୍ବାରା ଥଣ୍ଡା ଓ ଜ୍ବର ସମସ୍ୟାରୁ ରକ୍ଷା ପାଇପାରିବା।

ରସୁଣ :

ରସୁଣରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏଥିରେ ଥିବା ପୋଷକ ତତ୍ତ୍ବ ଥଣ୍ଡା ଓ ଜ୍ବରରୁ ରକ୍ଷା କରିଥାଏ। ପ୍ରତିଦିନ ଭୋଜନ କରିବା ବେଳେ ରସୁଣ ଖାଇବା ଉଚିତ।

ଲାଲ ଲଙ୍କା :

ଲାଲ ଲଙ୍କାରେ ଭିଟାମିନ-ସି ପର୍ଯ୍ୟାପ୍ତ ପରିମାଣରେ ରହିଛି। ଲଙ୍କାର ବ୍ୟବହାର ଦ୍ବାରା ଖାଦ୍ୟର ସ୍ବାଦ ବଢିଥାଏ। ଏହାସହ ଥଣ୍ଡାରୁ ରକ୍ଷା କରିଥାଏ।

ଛତୁ :

ଛତୁ​‌ରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଶରୀରରେ ପାଚନ କ୍ରିୟାକୁ ସଠିକ ଭାବେ କରିଥାଏ। ପ୍ରତି ସପ୍ତାହରେ ଥରେ ଛତୁ ଖାଇବା ଦ୍ବାରା ଜ୍ବର ଓ ଥଣ୍ଡାରୁ ରକ୍ଷା କରିଥାଏ।

 

Leave A Reply