କରଞ୍ଜି କାକରା

0

ଆବଶ୍ୟକ ସାମଗ୍ରୀ
ମଇଦା – ୨୫୦ ଗ୍ରାମ
ଘିଅ – ଆବଶ୍ୟକ ଅନୁଯାୟୀ
ସୁଜି – ୧କପରୁ କମ
ଖୁଆ – ୧୦୦ ଗ୍ରାମ
ନଡ଼ିଆ କୋରା – ୧କପ
କାଜୁ , ପେସ୍ତା ବାଦାମ – ଆବଶ୍ୟକ ଅନୁଯାୟୀ
ପେଷା ଚିନି – ୧କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦାରେ ୧କପ ଘିଅ ଭଲ ଭାବେ ଗୋଳାଇ ଦିଅନ୍ତୁ। ଭଲ ଭାବେ ଗୋଳାଇବା ପରେ ଅଳ୍ପ ପାଣି ଦେଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ ଏହାକୁ ୨୦ ମିନିଟ ରଖି ଦିଅନ୍ତୁ।

ଏବେ ଗ୍ୟାସରେ ଏକ କଡ଼େଇ ବସାଇ ୨ ଚାମଚ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସୁଜି ଭାଜନ୍ତୁ। ଭାଜିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ଏହି କଡ଼େଇରେ ନଡ଼ିଆ କୋରା, କାଜୁ, ପେସ୍ତା ବାଦାମ ଭାଜି ଆଉ ଏକ ପାତ୍ରକୁ କାଢି ରଖନ୍ତୁ।

ଏହା ପରେ ଖୁଆ ମଧ୍ୟ କଡ଼େଇରେ ଭାଜି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ପେଷା ଚିନି, ଭଜା ହୋଇଥିବା ସୁଜି, ନଡ଼ିଆ କୋରା, କାଜୁ ପେସ୍ତା ବାଦାମ, ଖୁଆକୁ ପକାଇ ଭଲ ଭାବେ ଗୋଳାଇ ପୁର ପ୍ରସ୍ତୁତ କରନ୍ତୁ। ଏବେ ଚକଟି ଥିବା ମଇଦାରୁ ପୁରୀ ଆକୃତିର ବେଲି ରଖନ୍ତୁ । ଏହି ପୁରୀକୁ କାକରା ଛାଞ୍ଚରେ ରଖି ତା ମଧ୍ୟରେ ପ୍ରସ୍ତୁତ କରି ଥିବା ପୁରକୁ ଭରନ୍ତୁ ଓ ଛାଞ୍ଚକୁ ବନ୍ଦ କରି ଦିଅନ୍ତୁ।

ଏହା ପରେ ଛାଞ୍ଚକୁ ଖୋଲି ଏହି କାକରାକୁ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ କାକରାକୁ ଏଥିରେ ଛାଣନ୍ତୁ।
ପ୍ରସ୍ତୁତ ହୋଇଗଲା କରଞ୍ଜି କାକରା। ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply