ପାଉଁରୁଟି କେକ୍‍

0

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୧୦ ଖଣ୍ଡ
ଅଣ୍ଡା – ୨ଟି
ପେଷା ଚିନି – ୧କପ ରୁ ସାମାନ୍ୟ କମ
ବଟର – ୩ ଚାମଚ
ଭ୍ୟାନିଲାଇସ୍ନେସ୍‍ – ୧ ଚାମଚ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ଫୁଟା କ୍ଷୀର – ୨ କପ ରୁ ସାମାନ୍ୟ କମ
ଚିନି – ୨ ଚାମଚ
ସିଲଭର୍‍ ଜରି – (ବଜାରରେ ମିଳୁଛି)
ଗୋଲ ଷ୍ଟାଣ୍ଡ – (ବଜାରରେ ମିଳୁଛି)
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଉଁରୁଟିକୁ ପେଷି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଫେଣ୍ଟି ଦିଅନ୍ତୁ। ଅଣ୍ଡା ଫେଣ୍ଟିବା ପରେ ଏଥିରେ ଭ୍ୟାନିଲାଇସ୍ନେସ୍‍ , ପେଷା ଚିନି, ବଟର, ଫୁଟା କ୍ଷୀର, ଗୁଜୁରାତି ଗୁଣ୍ଡ, ପେଷା ପାଉଁରୁଟିକୁ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଭଲ ଭାବେ ଫେଣ୍ଟିବା ପରେ ଏହାକୁ ୧୫ ରୁ ୨୦ ମିନିଟ ଏହି ମିଶ୍ରଣକୁ ରଖନ୍ତୁ। ଏହା ପରେ ଗ୍ୟାସରେ ଏକ ପାତ୍ର ବସାଇ ଗରମ କରନ୍ତୁ। ଏଥିରେ ୪ ଚାମଚ ଚିନିରେ ୨ ଚାମଚ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ। ସିରା ପ୍ରସ୍ତୁତ ହେବା ପରେ ଏହାକୁ ଗ୍ୟାସରୁ ତଳକୁ ଓହ୍ଲାଇ ଏଥିରେ ରଖିଥିବା ମିଶ୍ରଣକୁ ଢାଳନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ୧କପ ପାଣି ଗରମ କରନ୍ତୁ । ଏଥିରେ ଗୋଲେଇ ଷ୍ଟାଣ୍ଡକୁ ରଖି ତା ଉପରେ ପାତ୍ରରେ ରଖିଥିବା ମିଶ୍ରଣକୁ ସେହି ପାତ୍ର ସହ ବସାଇ ଏହା ଉପରେ ସିଲଭର ଜରି ଲଗାଇ ଢାଙ୍କୁଣୀ ଦେଇ ଧିମା ଆଞ୍ଚରେ ୧୦ ରୁ ୧୫ ମିନିଟ ବସାନ୍ତୁ। ଏହା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଥଣ୍ଡା ହେବା ପରେ ଏକ ପାତ୍ରକୁ କାଢନ୍ତୁ ଓ ଖାଆନ୍ତୁ।

Leave A Reply