ପ୍ରାକ୍ ଶୀତ ଖାଦ୍ୟପାନୀୟ ସଚେତନତା

0

ଅଧିକାଂଶ ଲୋକ ଶୀତଦିନେ ଖାଦ୍ୟ ବଦ୍‌ହଜମ ହେଉଥିବାର ଅଭିଯୋଗ କରନ୍ତି। ପାଗ ପରିବର୍ତ୍ତନ କାରଣରୁ ଏସବୁ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ଅନ୍ୟପାଖେ ଶୀତଦିନିଆ ଫଳ ଓ ପନିପରିବା ସେହି ଋତୁରେ ଖାଇବା ସ୍ବାସ୍ଥ୍ୟ ନିମନ୍ତେ ଖୁବ୍ ହିତକାରୀ। ତେବେ ବଦ୍‌ହଜମ ସମସ୍ୟାରୁ ବର୍ତ୍ତିବା ନିମନ୍ତେ ପ୍ରାକ୍‌ ଶୀତ ସମୟରୁ ହିଁ କିଛି ପଦକ୍ଷେପ ନେବା ଉଚିତ।
ଦିଲ୍ଲୀର ନାମୀ ଖାଦ୍ୟ ବିଶେଷଜ୍ଞ ଅନାୟା ରାଠୋର୍‌ଙ୍କ ମତରେ ବୟସ୍କ ବର୍ଗ ହିଁ ଶୀତଦିନରେ ପେଟ ଖରାପ ସମସ୍ୟା ନେଇ ତାଙ୍କ ପାଖକୁ ନିୟମିତ ଆସନ୍ତି। ବିଭିନ୍ନ ପ୍ରକାର ଗବେଷଣା କରିବା ପରେ ସେ ଜାଣିପାରିଥିଲେ ଯେ ଶୀତଋତୁ ଆରମ୍ଭର ୨ ଅବା ୩ ସପ୍ତାହ ପୂର୍ବରୁ ଆମ ଭୋଜନରେ ସାମାନ୍ୟ ପରିବର୍ତ୍ତନ କରିନେଲେ ଏତେ ଅସୁବିଧା ଉପୁଜିବାର ଆଦୌ ଆଶଙ୍କା ନାହିଁ।
ଶୀତଦିନିଆ ପରିବା ଓ ଫଳ ସେବନ ଏବେଠାରୁ ଅଳ୍ପ ପରିମାଣରେ ଆରମ୍ଭ କରିବା ଉଚିତ। ଏସବୁ ଶରୀରକୁ ପୋଷକତତ୍ତ୍ବ ଯୋଗାଇବା ସହ ଶୀତରେ ଶରୀରକୁ ଭଲ ଭାବେ କାର୍ଯ୍ୟକ୍ଷମ କରିଥାଏ।
ଭୋଜନ ପରେ ନିୟମିତ ଉଷୁମ ପାଣି ପିଇବାର ଅଭ୍ୟାସ କରନ୍ତୁ। ଏହି ପ୍ରକ୍ରିୟା ଖାଦ୍ୟ ହଜମ କରାଇବାରେ ଖୁବ୍ ସହାୟକ ହୁଏ।
ଶୀତଋତୁରେ ବ୍ୟଞ୍ଜନରେ ରସୁଣର ଉପଯୋଗ କରିବା ଉଚିତ। କାରଣ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

Leave A Reply