ବିନା ଅଣ୍ଡାରେ ଅମ​ଲେଟ୍

0

ଆବଶ୍ୟକ ସାମଗ୍ରୀ
ବେସନ – ୨ କପ
ମିଇଦା – ୧କପ
ବେକିଙ୍ଗ ସୋଡ଼ା – ୨ ଚାମଚ
ଲୁଣ – ଆବଶ୍ୟକ ଅନୁଯାୟୀ
କଞ୍ଚା ଲଙ୍କା – ୩ଟି
କଟା ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଅଳ୍ପ
ଗୋଟା ଜିରା – ଅଳ୍ପ
ପାଣି – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ବେସନ, ମଇଦା, ବେକିଙ୍ଗ ସୋଡ଼ା, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଟା ଜିରା, କଞ୍ଚା ଲଙ୍କା , ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଭଲ ଭାବେ ଗୋଳାଇବା ପରେ ଏଥିରେ ଆବଶ୍ୟକ ପରିମାଣରେ ପାଣି ମିଶାଇ ଏହାକୁ ପୁଣି ଭଲଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ସେଥିରେ ତେଲ ଗରମ କରନ୍ତୁ। ଏବେ ରଖିଥିବା ମିଶ୍ରଣକୁ ତାୱାରେ ଢାଳି ପିଠା ଭଳି ତାର ଉଭୟ ପାଶ୍ୱର୍କୁ ସେକି ଦିଅନ୍ତୁ। ଏହା ପରେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ ।

Leave A Reply