ଘୃଣ୍ୟ ବ୍ୟଞ୍ଜନର ସଂଗ୍ରହାଳୟ

0

ଭିନ୍ନଭିନ୍ନ ପ୍ରାନ୍ତରେ ଅଜବ ପରିସ୍ଥିତି ତଥା ଘଟଣାମାନ ଦେଖିବାକୁ ମିଳେ। ନିକଟରେ ସ୍ବିଡେନ୍‌‌ରେ ଘୃଣ୍ୟ ବ୍ୟଞ୍ଜନର ସଂଗ୍ରହାଳୟ ଖବରଟିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଅକ୍ଟୋବର ୩୧ରେ ଖୋଲାଯିବାକୁ ଥିବା ଏଇ ସଂଗ୍ରହାଳୟରେ ବିଶ୍ବର କେତେକ ସ୍ଥାନରୁ ସେଠାକାର ପଚା ଶକଢ଼ା ବ୍ୟଞ୍ଜନମାନ ପ୍ରଦର୍ଶିତ କରାଯିବ। ସଂଗ୍ରହାଳୟ ମୁଖ୍ୟଙ୍କ କହିବାନୁସାରେ, ଏହା ବିଶ୍ବସ୍ତରରେ ପ୍ରଥମ। ଗ୍ରାହକ ପସନ୍ଦ କରୁନଥିବା ବ୍ୟଞ୍ଜନମାନ ଏଠାରେ ପ୍ରଦର୍ଶିତ କରାଯିବ। ଲୋକଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ନିମନ୍ତେ ଏଇ ପଦକ୍ଷେପ ନିଆଯାଇଥିବାର କର୍ତ୍ତୃପକ୍ଷ କହିଛନ୍ତି। ଚୀନ୍‌ରୁ ପଚା ମାଂସ ତରକାରୀ ଆସୁଥିବାବେଳେ ଜର୍ମାନୀରୁ ଏକ ବ୍ୟଞ୍ଜନ ଓ ଫିମ୍ଫି ହୋଇଥିବା ପିଜ୍ଜା ଏଥିରେ ସ୍ଥାନ ନେବ ବୋଲି ଜଣାପଡ଼ିଛି।

Leave A Reply