ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

0

ସୁସ୍ଥ ରହିବା ପାଇଁ ଆମେ ଅନେକ ଖାଦ୍ୟ ଖାଇଥାଉ। ବେଳେବେଳେ ଖାଲି ପେଟରେ କିଛି ଖାଦ୍ୟ ମଧ୍ୟ ଖାଇଥାଉ। କିଛି ଖାଦ୍ୟ ଏପରି ରହିଛି ଯାହା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଖରାପ ହୋଇଥାଏ। କେଉଁ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ ତାହା ଜାଣିବା ନିତାନ୍ତ ଆବଶ୍ୟକ। ଏହା ଆମ ଶରୀରରେ ଅନେକ ପ୍ରଭାବ ପକାଇଥାଏ। ଉଚିତ ସମୟରେ ଠିକ ଖାଦ୍ୟ ଖାଇବା ଦ୍ୱାରା ଆମେ ସୁସ୍ଥ ରହିଥାଉ। କୌଣସି ଖାଦ୍ୟ ପଦାର୍ଥ ଭିଟାମିନଯୁକ୍ତ ହେଲେ ମଧ୍ୟ ତାହାକୁ ଭୁଲ ସମୟରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଲି ପେଟରେ ଖାଇବା ଉଚିତ ନୁହେଁ ।ଟମାଟର:
ଟମାଟରରେ ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଆପଣ ଟମାଟରକୁ ଖାଲି ପେଟରେ ଖାଇବା ଦ୍ୱାରା ଏସିଡ ପରି ସମସ୍ୟା ସୃଷ୍ଟି ହୋଇଥାଏ। ଆଣ୍ଟିଅକ୍ସିଡାଣ୍ଟ ଥିବା କାରଣରୁ ଟମାଟର ଖାଲି ପେଟରେ ଖାଇବା ଦ୍ୱାରା ମଧ୍ୟ ପେଟ ଦରଜ ହୋଇଥାଏ। ଅଲସର ରୋଗରେ ଆକ୍ରାନ୍ତ ଥିବା ରୋଗୀମାନେ ଟମାଟର ଖାଇବା ପ୍ରାଣଘାତୀ ହୋଇପାରେ।
ଖଟା ଫଳ:
ଖଟା ଫଳ ଯେପରି ଲେମ୍ବୁ, ଅଙ୍ଗୁର, କମଳା ଇତ୍ୟାଦିରେ ଭିଟାମିନ ସି ରହିଥାଏ। ଏହି ସମସ୍ତ ଖଟା ଫଳରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।ପେଷ୍ଟ୍ରି ଓ ପାଉଁରୁଟି:
ବ୍ରେକଫାଷ୍ଟରେ ପେଷ୍ଟ୍ରି ଏବଂ ପାଉଁରୁଟି ଖାଇବା ଭଲ ଅଟେ। କିନ୍ତୁ ଖାଲି ପେଟରେ ପେଷ୍ଟ୍ରି କିମ୍ବା ପାଉଁରୁଟି ଖାଇବା ଉଚିତ ନୁହେଁ। ଏଥିରେ ଇଷ୍ଟ ରହିଥାଏ। ତେଣୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଇଷ୍ଟ ପେଟ ସମସ୍ୟା ସୃଷ୍ଟି କରିଥାଏ।
କୋଲ୍ଡ ଡ୍ରିଙ୍କସ:
କୋଲ୍ଡ ଡ୍ରିଙ୍କସ ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ। ଖାଲି ପେଟରେ କୋଲ୍ଡ ଡ୍ରିଙ୍କସ ପିଇବା ଦ୍ୱାରା ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଖାଲି ପେଟରେ କୋଲ୍ଡ ଡ୍ରିଙ୍କସ ପିଇବା ଦ୍ୱାରା କର୍କଟ ରୋଗ ଓ ହୃଦଘାତ ପରି ସମସ୍ୟା ହେବାର ସମ୍ଭାବନା ରହିଥାଏ। ତେଣୁ ଭୁଲରେ କେବେ ବି ଖାଲି ପେଟରେ କୋଲ୍ଡ ଡ୍ରିଙ୍କସ ପିଅନ୍ତୁ ନାହିଁ।କଫି ଓ ଚାହା:
ପ୍ରାୟ ଲୋକ ସକାଳୁ ଉଠି ଖାଲି ପେଟରେ କଫି ଏବଂ ଚାହା ପିଇଥାନ୍ତି। ଏହି ଅଭ୍ୟାସ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଖାଲି ପେଟରେ କଫି ପିଇବା ଦ୍ୱାରା ହାଇଡ୍ରୋକ୍ଲୋରିକ ଏସିଡର ମାତ୍ରା ବଢି ଯାଇଥାଏ। ଏହାଦ୍ୱାରା କୋଷ୍ଠକାଠିନ୍ୟ ପରି ସମସ୍ୟା ହୋଇଥାଏ। ବେଳେବେଳେ ଗ୍ୟାଷ୍ଟିକ ପରି ସମସ୍ୟା ମଧ୍ୟ ହୋଇଥାଏ ଓ ବାନ୍ତି ହୋଇଥାଏ। ପାଚନ ପ୍ରକ୍ରିୟାରେ ମଧ୍ୟ ଅଧିକ ଅସୁବିଧା ଦେଖା ଦେଇଥାଏ। ଖାଲି ପେଟରେ ପାଣି ପିଇବା ଭଲଅଟେ। ତେଣୁ ଖାଲି ପେଟରେ ପାଣି ପିଇବା ଅଭ୍ୟାସ କରିବା ଉଚିତ।

Leave A Reply