ବ୍ରୋକୋଲି ସୁପ

ଆବଶ୍ୟକ ସାମଗ୍ରୀ
କଟା ବ୍ରୋକୋଲି – ୧କପ
କଟା ଆଳୁ – ୨ଟି
ରସୁଣ – ୩ଟି
ଲୁଣ – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଅଳ୍ପ
ବଟର -ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ଏଥିରେ ବଟର ପକାଇ ଗରମ କରନ୍ତୁ। ଏହାପରେ ଏଥିରେ ବ୍ରୋକୋଲି, ଆଳୁ, ରସୁଣ, ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଭାଜିବା ପରେ ଏଥିରେ ପାଣି ଦେଇ ଭଲ ଭାବେ ସିଝାନ୍ତୁ। ଏହାକୁ ସିଝାଇ ସୁପ ଭଳି ବହଳିଆ ଭାବେ ପ୍ରସ୍ତୁତ କରନ୍ତୁ। ବହଳିଆ ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ଏହା ଉପରେ ଅଳ୍ପ ବଟର ଓ ଗୋଲମରିଚ ଗୁଣ୍ଡ ପକାଇ ପିଅନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରୋକୋଲି ସୁପ।

Comments are closed.