ପାଳଙ୍ଗ ରାଇତା

ଆବଶ୍ୟକ ସାମଗ୍ରୀ
ଦହି – ୪୦୦ ଗ୍ରାମ
ପାଳଙ୍ଗ ଶାଗ – ୨୦୦ ଗ୍ରାମ
ଜିରା ଗୁଣ୍ଡ – ୧ ଚାମଚ
କଟା କଞ୍ଚା ଲଙ୍କା – ୨ଟି
ଲୁଣ – ସ୍ୱାଦନୁଯାୟୀ
କଳା ଲୁଣ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପାଳଙ୍ଗ ଶାଗକୁ ଭଲ ଭାବେ ଧୋଇ ଏହାକୁ କାଟି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରି ପାଳଙ୍ଗ ଶାଗକୁ ସିଝାଇ ଦିଅନ୍ତୁ। ସିଝାଇବା ପରେ ଏହି ଶାଗରୁ ପାଣି କାଢି ଦିଅନ୍ତୁ। ଏବେ ଦହିରେ କଳାଲୁଣ, ଅଳ୍ପ ଲୁଣ, ଜିରା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ ସିଝାଯାଇଥିବା ପାଳଙ୍ଗ ଶାଗ ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ। ପ୍ରସ୍ତୁତ ହୋଇଗଲା ପାଳଙ୍ଗ ରାଇତା।

Comments are closed.