ଛେନା ଖିରୀ

0

ଆବଶ୍ୟକ ସାମଗ୍ରୀ
ଖିର – ୫୦୦ ମିଲି ଲିଟର
ଛେନା – ୨୦୦ ଗ୍ରାମ
ଚିନି – ୧କପ ରୁ ସାମାନ୍ୟ କମ
ଲୁଣ – ସାମାନ୍ୟ
କାଜୁ, ପେସ୍ତା ବାଦାମ, ବାଦାମ – ଆବଶ୍ୟକ ପରିମାଣରେ
ଅରୁଆ ଚାଉଳ ଗୁଣ୍ଡ – ୪ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ ଓ ସେଥିରେ ଖିର ଫୁଟାନ୍ତୁ। ଖିର ଫୁଟିବା ପରେ ଏଥିରେ ଚାଉଳ ଗୁଣ୍ଡ, କାଜୁ , ପେସ୍ତା ବାଦାମ, ବାଦାମକୁ ଛେଚି ପକାଇ ଭଲ ଭାବେ ଫୁଟାନ୍ତୁ। କିଛି ସମୟ ପରେ ସାମାନ୍ୟ ଲୁଣ, ଚିନି, କିସ୍‍ମିସ୍‍ ପକାଇ ଫୁଟାନ୍ତୁ। ଏବେ ଛେନାକୁ ପେଷି (ଗ୍ରାଇଣ୍ଡିଙ୍ଗ) କରି ଏହି ଫୁଟୁଥିବା ଖିରରେ ପକାନ୍ତୁ। ଏହାକୁ ୧୦ରୁ ୧୫ ମିନିଟ ଫୁଟାଇ ଏକ ପାତ୍ରକୁ କାଢି କିଛି କାଜୁ , ପେସ୍ତା ବାଦାମ ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ଖିରୀ ।

Leave A Reply