ପାଳଙ୍ଗ ଚିଜ ସ୍ୟାଣ୍ଡୱିଚ୍‍

ଆବଶ୍ୟକ ସାମଗ୍ରୀ
ପାଳଙ୍ଗ ଶାଗ – ଆବଶ୍ୟକ ପରିମାଣରେ
ବ୍ରାଉନ ବ୍ରେଡ଼ – ୬ ଖଣ୍ଡ
ବଟର – ଆବଶ୍ୟକ ପରିମାଣରେ
ରସୁଣ – ଅଳ୍ପ
କଟା ପିଆଜ – ୧ଟି
ସିଝା ମକା – ଆବଶ୍ୟକ ପରିମାଣରେ
କସ୍ତୁରୀ ମେଥି – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ମଇଦା – ଆବଶ୍ୟକ ପରିମାଣରେ
କ୍ଷୀର – ଆବଶ୍ୟକ ପରିମାଣରେ
ଚିଜ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ବଟର ଗରମ କରନ୍ତୁ। ଏବେ ଏଥିରେ ରସୁଣ ଓ ପିଆଜ ପକାଇ ଭାଜନ୍ତୁ। ଭାଜିବା ପରେ ପାଳଙ୍ଗ ଶାଗ ପକାଇ ଭଲ ଭାବେ ଭାଜନ୍ତୁ। ଏହାପରେ ସିଝା ମକା, କସ୍ତୁରୀ ମେଥି, ଲଙ୍କା ଗୁଣ୍ଡ, ଲୁଣ ପକାଇ ଗୋଳାଇ ଦିଅନ୍ତୁ। ୨ ମିନିଟ ପରେ ଏଥିରେ ମଇଦା ପକାନ୍ତୁ। ମଇଦା ପକାଇବା ପରେ ଖୀର ପକାଇ କିଛି ସମୟ ଗ୍ୟାସରେ ବସାନ୍ତୁ। କିଛି ସମୟ ଖୀର ଫୁଟିବା ପରେ ଏଥିରେ କୋରା ଚିଜ ପକାନ୍ତୁ। ୨ମିନିଟରେ ଏକ ପାତ୍ରକୁ ଏହି ମିଶ୍ରଣ କାଢି ରଖନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ବସାନ୍ତୁ। ପାଉଁରୁଟିକୁ ତାୱାରେ ରଖି ବଟର ପକାଇ ସେକି ଦିଅନ୍ତୁ। ପାଉଁରୁଟି ଭାଜି ହୋଇଗଲେ ପାଉଁରୁଟି ଉପରେ ପ୍ରସ୍ତୁତ ମିଶ୍ରଣକୁ ପକାନ୍ତୁ। ଗୋଟେ ପାଉଁରୁଟିରେ ମିଶ୍ରଣ ପକାଇ ଅନ୍ୟ ଏକ ପାଉଁରୁଟିକୁ ଏହା ଉପରେ ରଖି ଦୁଇ ପଟକୁ ସେକି ଦିଅନ୍ତୁ। ସେକିବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ପାଳଙ୍ଗ ଚିଜ ସ୍ୟାଣ୍ଡବିଜ। ଏବେ ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.