ମହାରାଷ୍ଟ୍ରର ପୋହା

ଆବଶ୍ୟକ ସାମଗ୍ରୀ
ଚୂଡ଼ା – ୨କପ
କଟା ପିଆଜ – ୧ଟି
କଟା କଞ୍ଚାଲଙ୍କା – ୨ଟି
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
ନଡ଼ିଆ କୋରା – ଅଳ୍ପ
ଚିନି – ଆବଶ୍ୟକ ପରିମାଣରେ
ବାଦାମ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ହେଙ୍ଗୁ – ସାମାନ୍ୟ
ଭୁସଙ୍ଗପତ୍ର – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଚୂଡ଼ା ଓ ନଡ଼ିଆପାଣିକୁ ମିଶାଇ କିଛି ସମୟ ବତୁରାଇ ରଖି ଦିଅନ୍ତୁ। ଆଉ ଏକ ପାତ୍ରରେ ପିଆଜ, କଞ୍ଚା ଲଙ୍କା, ଧନିଆପତ୍ର ମିଶାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଲେମ୍ବୁ ରସ, ଲୁଣ, ଚିନି ମିଶାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ହେଙ୍ଗୁ, ବାଦାମ ପକାନ୍ତୁ। ବାଦାମ ଭାଜି ହେବା ପରେ ଭୁସଙ୍ଗପତ୍ର, ପିଆଜ, କଞ୍ଚାଲଙ୍କା, ଧନିଆପତ୍ର, ଅଳ୍ପ ଲୁଣ ବତୁରାଇ ରଖିଥିବା ଚୂଡ଼ାକୁ ପକାଇ ଗୋଳାଇ ଦିଅନ୍ତୁ। ୨ ମିନିଟ ଗ୍ୟାସରେ ବସାଇବା ପରେ ନଡ଼ିଆ କୋରା ଦେଇ ଏହାକୁ ସଜାଇ ଏକ ପାତ୍ରକୁ କାଢନ୍ତୁ ଓ ଖାଆନ୍ତୁ।

Comments are closed.